ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୧ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ମାର୍ଚ୍ଚ ୨୨ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୨୩ ତାରିଖ ଦିନ ପଶ୍ଚିମବଙ୍ଗ ଫେରିବା ପୂର୍ବରୁ ସେ ନବୀନ ପଟ୍ଟନାୟଙ୍କୁ ସାକ୍ଷତ କରିବା ସମ୍ଭାବନା ରହିଛି। କିନ୍ତୁ ଏହି ସାକ୍ଷତ ନେଇ ତୃଣମୂଳ କଂଗ୍ରେସ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କିନ୍ତୁ ନବୀନ-ମମତା ସାକ୍ଷତା ସମ୍ଭାବନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୨୪ ନିର୍ବାଚନରେ କଂଗ୍ରେସକୁ ବାଦ୍‌ ଦେଇ ଏକ ଆଂଚଳିକ ଦଳମାନଙ୍କୁ ନେଇ ଏକ ମେଣ୍ଟ ପ୍ରସଙ୍ଗରେ ମମତା ବାନାର୍ଜୀ ଆଲୋଚନା କରିପାରନ୍ତି। ସେପଟେ ନବୀନ ପଟ୍ଟନାୟକ ବହୁ ପୂର୍ବରୁ ବିଜେଡିର ନୀତି ସ୍ପଷ୍ଟ କରି ସାରିଛନ୍ତି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରୁଛି ଦଳ। କୌଣସ ମେଣ୍ଟ କିମ୍ବା ଫ୍ରଣ୍ଟ ପ୍ରସଙ୍ଗରେ ନବୀନ କେବେ ଦୃଢ଼ ସ୍ୱର ଉଠାଇ ନାହାନ୍ତି। ସେପଟେ ତୃଣମୂଳ କଂଗ୍ରେସ, ବିଜେପିର ଘୋର ବିରୋଧୀ। କଂଗ୍ରେସକୁ ବାଦ୍‌ ଦେଇ ବିରୋଧୀଙ୍କୁ ଏକଜୁଟ୍‌ କରିବାକୁ ମମତା ଅନେକ ଥର ପ୍ରୟାସ କରିଛନ୍ତି।

Spread the love