ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

 ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କଟକ, ଭୁବନେଶ୍ୱର, କେନ୍ଦୁଝର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଏଥିସହ ମେଘୁଆ ପାଗ ମଧ୍ୟ ରହିଛି । ମଧ୍ୟମରୁ ଅତି ପ୍ରବଳ ଘଡଘଡି, ବିଜୁଳି ସହ ଝଡ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏସବୁ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡା । ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହଯାଇଛି । ପ୍ରବଳ ଘଡଘଡି, ବିଜୁଳି ମାରିବାର ସମ୍ଭାବନା ଥିବାରୁ ଆଗାମୀ ୩ ଘଣ୍ଟା ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସୁରକ୍ଷିତ ସ୍ଥାନରେ ରହିବା ସହ ପାଣିପାଗ ବିଭାଗ ସହ ଯୋଡି ରହିବାକୁ କୁହାଯାଇଛି ।

Spread the love