ପ୍ରତ୍ୟାଖାନ ହେବାର ଭୟ ପାଇଁ ଆକ୍ରମଣ କି?

ନୂଆଦିଲ୍ଲୀ/ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ କାର ଉପରେ ପଥର ମାଡ଼ ହେବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ କାର ଉପରେ ଆକ୍ରମଣ କରାଯାଇଛି। ରାଜନୈତିକ ପ୍ରତିଦ୍ୱନ୍ଦି ମାନଙ୍କ ବିରୁଦ୍ଧରେ ଶାସନ କଳର ଲଗାତାର ଅପବ୍ୟବହାର ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ଭୁଶୁଡ଼ିଯିବାର ମୁଖ୍ୟ କାରଣ । ଏହି ଘଟଣାରୁ ପଶ୍ଚିମବଙ୍ଗ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଫେଲ୍ମାରିଥିବା ଜଣାପଡିଛି। କାହିଁକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର କର୍ମୀମାନେ ଭୟଭୀତ। ଏହା ପ୍ରତ୍ୟାଖାନ ହେବାର ଭୟ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Spread the love