ସାଧାରଣ ଲୋକଙ୍କ ପାଇଁ ବଜେଟ୍‌ରେ କଣ ଅଛି? ୬୦ ଲକ୍ଷ ନିଯୁକ୍ତି…. ପଢନ୍ତୁ ରିପୋର୍ଟ

ନୂଆଦିଲ୍ଲୀ ୦୧/୦୨ : କେନ୍ଦ୍ର ସରକାର ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । କାର୍ଯ୍ୟକାଳ ମଧ୍ୟରେ ମୋଦି ସରକାରଙ୍କର ଏହା ୧୦ମ ସାଧାରଣ ବଜେଟ୍‌ । ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସାଧାରଣ ଲୋକ ତଥା ମଧ୍ୟବିତ୍ତଙ୍କୁ ସାଧାରଣ ବଜେଟ୍‌ରେ ଝଟ୍‌କା ଲାଗିଥିବା କୁହାଯାଉଛି । ଏଥର ମଧ୍ୟ ସରକାର ଆୟକର ନିୟମାବଳୀ ଉପରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଯାହାକି ମଧ୍ୟବିତ୍ତ ତଥା ସାଧାରଣ ଲୋକଙ୍କୁ ନିରାଶ କରିଛି ।

ଅବଶ୍ୟ କିଛି କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଆଶ୍ବସ୍ତୀକର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯେମିତିକି ଆୟକର ଫେରସ୍ତ ସମୟରେ ହେଉଥିବା ତ୍ରୁଟିକୁ ସୁଧାରିବା ପାଇଁ ୨ ବର୍ଷ ସମୟ ଦିଆଯାଇଛି । ଏହା ସହିତ ଦେଶରେ ୮୦ ଲକ୍ଷ ନୂଆ ଘର ତିଆରି କରିବା ସହ ୬୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ସରକାର । ଏହା ବାଦ୍‌ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷ ଡିଜିଟାଲ କରେନ୍ସିର ଶୁଭାରମ୍ଭ କରାଯିବାକୁ ଘୋଷଣା କରାଯାଇଛି । ସରକାର ଆବାସ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦ୍ଵାରା କାମ ସରଳ ଏବଂ ସମୟପଯୋଗୀ ହୋଇ ପାରିବ। ସହଜରେ ପୁଞ୍ଜି ସଂଗ୍ରହ ପାଇଁ ସରକାର ବିତ୍ତୀୟ କ୍ଷେତ୍ରର ନିୟାମକଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ବର୍ଷରେ ୮୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପିଏମ ଆବାସ ଯୋଜନା ଗ୍ରାମାଞ୍ଚଳରେ ଏ ପର୍ଯ୍ୟନ୍ତ ୧,୯୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ କେନ୍ଦ୍ର ସରକାର ୧,୪୪,୧୬୨ କୋଟି ଟଙ୍କା ବହନ କରିଥିଲେ। ମୋଦୀ କ୍ୟାବିନେଟ୍ ଦ୍ଵାରା ପିଏମ ଆବାସ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୨ ଲକ୍ଷ ୧୭ ହଜାର ୨୫୭ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଘୋଷଣା ହେଉଛି, ଦେଶରେ ୬୦ ଲକ୍ଷ ରୋଜଗାର ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଛନ୍ତି । ବେରୋଜଗାରୀ ହଟାଇବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହା ସହିତ ଚାଷୀଙ୍କୁ ଆଶ୍ବସ୍ତୀ ଦେବାକୁ ଯାଇ, ୨.୩୭ ଲକ୍ଷ କୋଟି ଟଙ୍କାର ଏମ୍ଏସ୍‌ପି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଇବାକୁ ଘୋଷଣା କରାଯାଇଛି । ଏହା ସହିତ ଚାଷୀଙ୍କୁ ଡିଜିଟାଲ ସର୍ଭିସ୍‌ ମିଳିବ । ଯେଉଁଥିରେ, ସରକାରଙ୍କର ବିଭିନ୍ନ ଯୋଜନା, ଦସ୍ତାବିଜ୍‌, ମଞ୍ଜି, ଖାଦ୍ୟ ତଥା ଚାଷ ପାଇଁ ଉର୍ଦ୍ଧିଷ୍ଟ ଔଷଧ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ରହିବ ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ବଜେଟ୍‌ରେ ବିଶେଷ ସୁବିଧା ରହିଛି । ସମସ୍ତଙ୍କ ନିକଟରେ ପକ୍କା ଘର, ନଳରେ ପାଣି, ଶୌଚାଳୟ, ଗ୍ୟାସ୍‌ ସୁବିଧା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହିତ ଆଧୁନିକ ଇଣ୍ଟରନେଟ୍‌ ସଂଯୋଗୀକରଣ ଉପରେ ମଧ୍ୟ ଜାର୍‌ ଦିଆଯାଇଛି । ୨.୨୫ ଲକ୍ଷ କୋଟି ଟଙ୍କାର ଏମ୍‌ଏସ୍‌ପି ସିଧା ଚାଷୀଙ୍କ ନିକଟରେ ପହଞ୍ଚା ଯିବ । ଚାଷୀଙ୍କ ଆୟ ଦୁଇ ଗୁଣ ହେବ । MSMIରେ ଅନେକ କ୍ରେଡିଟ୍‌ ଗ୍ୟାରେଣ୍ଟି ଏବଂ ଅନେକ ନୂଆ ଯୋଜନାର ଘୋଷଣା କରାଯାଇଛି ।’

Spread the love