ଜିଏସପି କ’ଣ ଓ ଆମେରିକା ଏହା ହଟାଇଲେ ଭାରତ କିପରି ପ୍ରଭାବିତ ହେବ ?

ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ ( ଜିଏସପି) ଅଧୀନରେ କେତେକ ସାମଗ୍ରୀକୁ ବିନା ଶୁଳ୍କରେ କିମ୍ବା ନାମମାତ୍ର ଶୁଳ୍କରେ ରପ୍ତାନି କରିବାର ଅନୁମତି ଭାରତକୁ ପ୍ରଦାନ କରାଯାଇଛି । ଭାରତ ଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରିନିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । 1976 ମସିହାରୁ ଭାରତକୁ ଆମେରିକା ଏହି ସୁବିଧା ପ୍ରଦାନ କରିଆସୁଅଛି। ଆମେରିକା ବିକାଳଶୀଳ ଦେଶ ଗୁଡିକର ଉନ୍ନତି ପାଇଁ ବିନା ଟେକ୍ସର ଦ୍ରବ୍ୟ ଆମଦାନୀ କରିଥାଏ । ଆମରିକା ଏହି ସୁବିଧା 10ଟି ଦେଶକୁ ଦେଇଛି। ଆମେରିକା ପାଖାପାଖି 4,800 ଉତ୍ପାଦ ଆମଦାନୀ କରିଥାଏ ବାହାର ଦେଶରୁ । ଭାରତ ଓ ଆମେରିକା ବୁଝାମଣା ଯୋଗୁଁ ଭାରତର ପ୍ରାୟ ସାଢେ ପାଞ୍ଚ ଅରବ ଡଲାରର ପ୍ରଡକ୍ଟ ଡ୍ୟୁଟି ଫ୍ରି ଯାଇଥାଏ ।

କେବଳ ଭାରତ ନୁହେଁ ତୁର୍କୀ ପାଇଁ ମଧ୍ୟ ଆମେରିକା ଏହି କଟକଣା ଜାରି କରିଛନ୍ତି । ଆମେରିକା କହିଛି ତୁର୍କୀ ଏବେ ବିକଶଶୀଳ ଦେଶ ହୋଇ ରହିନାହିଁ । ଏବେ ବିକିଶିତ ଦେଶ ହୋଇସାରିଛି । ଟ୍ରମ୍ପ ସଂସଦକୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତ ଆମେରିକାକୁ ବାଣିଜ୍ୟ କାରବାରରେ ସହଯୋଗ କରୁନାହଁ । ଏବଂ ଆମେରିକା ଉତ୍ପାଦ ଉପରେ ବହୁତ ଶୁଳ୍କ ନେଉଛି । ପୂର୍ବରୁ ଜିଏସପି ମାଧ୍ୟମରେ ଭାରତକୁ ସବୁଠୁ ଅଧିକ ଲାଭ ହେଉଥିଲା । ଟ୍ରମ୍ପ ଶାସନକୁ ଆସିବା ପରେ ଭାରତ ଅର୍ଥନିତୀରେ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

ଆମେରିକା ଅଭିଯୋଗ କରିଛି ଯେ ବିଗତ 6ବର୍ଷ ହେଲା ଭାରତ କଷ୍ଟମ ଡ୍ୟୁଟି କମ୍ କରିନାହିଁ । କିଛି ଦ୍ରବ୍ୟ ଉପରେ ଭାରତ ଅଧିକ ଶୁଳ୍କ ଲଗାଇଛି । ଯଥା- ମୋଟର ସାଇକେଲ, ରବର, ମଦ ଏବଂ ଲୋଗା ଇତ୍ୟାଦି । ଅନ୍ୟପକ୍ଷରେ ଭାରତ ତରଫରୁ ଅନୁପ ଭାଦଓ୍ବାଙ୍କ କହିବା ଅନୁଯାୟୀ, ଜିଏସପି ହଟାଇବା ଦ୍ବାରା ଭାରତ ଉପରେ ବେଶି ପ୍ରଭାବ ପଡିବ ନାହିଁ । କେବଳ 19 କୋଟି ଡଲାର ପ୍ରଭାବିତ ହେବ ।

Spread the love