ମଙ୍ଗଳ ଗ୍ରହର ପାଗ କେମିତି ଥାଏ ? ଜାଣନ୍ତୁ ରୋଚକ ତଥ୍ୟ

ମଙ୍ଗଳ ଗ୍ରହ, ଯାହା ଲାଲ୍ ଗ୍ରହ ନାମରେ ମଧ୍ୟ ବେଶ ଜଣାଶୁଣା । ବୈଜ୍ଞାନିକମାନଙ୍କ ପାଇଁ ଏହି ଗ୍ରହ ସର୍ବଦା ରହସ୍ୟ ଘେରରେ ରହିଆସିଛି । ଏଭଳି ପରିସ୍ଥିତିରେ ଏହି ଗ୍ରହର ପାଗ କିପରି ଥାଏ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠେ । ତେବେ ଆସନ୍ତୁ ଏହି ଗ୍ରହର ପାଗ ବିଷୟରେ ଜାଣିବା ।

ପୃଥିବୀର ନିକଟତମ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳ ଗ୍ରହ । ଯାହାକୁ ନେଇ ସବୁବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ରହିଆସିଛି । ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଏବଂ ଭବିଷ୍ୟତରେ ମାନବ ବସତି ସ୍ଥାପନ କରିବାର ସମ୍ଭାବନା ଭଳି ଅନେକ କଥା ସାମ୍ନାକୁ ଆସିଛି । କିନ୍ତୁ ଆପଣ ଜାଣିଛନ୍ତି କି ମଙ୍ଗଳ ଗ୍ରହରେ ପାଗ କେମିତି ଥାଏ ? ପୃଥିବୀରେ ଯେପରି ଗ୍ରୀଷ୍ମ ଏବଂ ଶୀତ ଋତୁ ଅନୁଭବ ହୁଏ ସେପରି ଲାଲ ଗ୍ରହରେ ପାଗ ଅନୁଭୂତ ହୁଏ କି ?

ସୂଚନା ଥାଉ କି ମଙ୍ଗଳ ଗ୍ରହର ପାଗ ପୃଥିବୀର ପାଗ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପୃଥିବୀରେ ଆମେ ଗ୍ରୀଷ୍ମ, ଶୀତ, ବସନ୍ତ ଏବଂ ଶରତ ପରି ଚାରୋଟି ଋତୁକୁ ଅନୁଭବ କରିଥାଉ, କିନ୍ତୁ ମଙ୍ଗଳ ଗ୍ରହରେ ପାଣି ପାଗ ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ । ମଙ୍ଗଳ ଗ୍ରହରେ ହାରାହାରି ତାପମାତ୍ରା ବହୁତ କମ୍ ଥାଏ । ଏଠାରେ ତାପମାତ୍ରା ଦିନରେ ଶୂନରୁ କିଛି ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ, କିନ୍ତୁ ରାତିରେ ତାପମାତ୍ରା ମାଇନସ୍ ୧୦୦ ଡିଗ୍ରୀ ସେଲସିୟସରୁ କମ୍ ହୋଇଯାଏ ।

ଏହା ବ୍ୟତୀତ ମଙ୍ଗଳ ଗ୍ରହରେ ଧୂଳି ଝଡ ଅତି ସାଧାରଣ । ଏହି ଝଡ ସମଗ୍ର ଗ୍ରହକୁ ଘୋଡ଼ାଇ ଦିଏ ଏବଂ ଅନେକ ମାସ ପର୍ଯ୍ୟନ୍ତ ଏହି ଧୂଳି ଝଡ଼ ରହିଥାଏ । ତେବେ ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପୃଥିବୀର ବାୟୁମଣ୍ଡଳ ଅପେକ୍ଷା ବହୁତ ପତଳା । ଏଥିରେ ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଥାଏ ।

ମଙ୍ଗଳ ଗ୍ରହରେ ବାୟୁ ଚାପ ପୃଥିବୀ ତୁଳନାରେ ବହୁତ କମ୍ ଥାଏ । ଏହା ବାୟୁମଣ୍ଡଳକୁ ଗରମ ରଖିବାରେ ଅସମର୍ଥ । କହି ରଖିବାକୁ ଚାହିଁବୁ ଯେ ମଙ୍ଗଳ ଗ୍ରହ ପୃଥିବୀ ଅପେକ୍ଷା ସୂର୍ଯ୍ୟଠାରୁ ବହୁତ ଦୂରରେ ରହିଛି । ତେଣୁ ଏହା ସୂର୍ଯ୍ୟ ଠାରୁ କମ୍ ଉର୍ଜା ପାଇଥାଏ ।

Spread the love