ଅଗଷ୍ଚ ୧ ଯାଏଁ ଆଂଶିକ ଲକଡାଉନ୍, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

ଭୁବନେଶ୍ୱର, ୧୫/୦୭:  କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଥିବା ଆଂଶିକ ଲକଡାଉନକୁ ଅଗଷ୍ଟ ୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମେ ୧୬ ତାରିଖ ସକାଳେ ଆଂଶିକ ଲକଡାଉନ୍ ଶେଷ ହୋଇଥାନ୍ତା । ଯାହାକୁ ଅଗଷ୍ଟ ୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ସରକାର । ତେବେ ଅନେକ ସେବା ଉପରୁ କଟକଣା ହଟିଛି । ଯାହା ଜନଜୀବନକୁ ଆଶ୍ୱସ୍ତି ପ୍ରଦାନ କରିଛି । ପୂର୍ବପରି କ୍ୟାଟେଗୋରୀ ଏରେ ୨୦ଟି ଓ ବିରେ ୧୦ଟି ଜିଲ୍ଲାକୁ ସ୍ଥାନ ଦିଆଯାଇଛି । ଆସନ୍ତୁ ନଜର ପକାଇବା ଆଂଶିକ ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ।

କ୍ୟାଟେଗୋରି ଏ ଜିଲ୍ଲାରେ ସକାଳ ୬ରୁ ରାତି ୮ ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ଏହାପରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । କ୍ୟାଟେଗୋରୀ ବି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ତେବେ କ୍ୟାଟେଗୋରୀ ବି ଜିଲ୍ଲାରେ ପୂର୍ବପରି ସପ୍ତାହନ୍ତ ସଟଡାଉନ୍ ଲାଗୁ ରହିବ । ନାଇଟ୍ କର୍ଫ୍ୟୁ ମଧ୍ୟ ରହିବ ।

ଆଂଶିକ ଲକଡାଉନ୍ ବେଳେ ସମସ୍ତ ରାଜ୍ୟରେ ବସ୍ ଚଳାଚଳ କରିବ । କେବଳ ପୁରୀରେ ରଥଯାତ୍ରା ପାଇଁ ଜୁଲାଇ ୨୫ ପରେ ବସ୍ ଚଳାଚଳ କରିବ ।  ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ, ଜିମ୍, ସ୍ପା ଆଦି ଖୋଲା ରହିବ । ରାସ୍ତା କଡ ଗ୍ୟାରେଜ୍, ଉଠା ଦୋକାନ ମଧ୍ୟ ଖୋଲା ରହିବ । ରାସ୍ତାକଡ ଖାଇବା ଦୋକାନ ମଧ୍ୟ ଖୋଲା ରହିବ କିନ୍ତୁ କେହି ଠିଆ ହୋଇ ଖାଇପାରିବେ ନାହିଁ । କେବଳ ପାର୍ସଲ ବ୍ୟବସ୍ଥା ହେବ । ଏହାସହ ବିୟୁଟିପାର୍ଲର ମଧ୍ୟ ଖୋଲା ରହିବ । ସେହିପରି ବାହାରେ ଫିଲ୍ମ ସୁଟିଂ, ଆଉଟ ଡୋର୍ ସ୍ପୋର୍ଟକୁ ଅନୁମତି ମିଳିଛି । ସେହିପରି ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । କିନ୍ତୁ ସମସ୍ତ ସ୍ଥାନରେ ସାମାଜିକ ଦୂରତା ଓ କରୋନା ନିୟମକୁ କଡାକଡି ଭାବେ ପାଳନ କରାଯିବ ।

ସମସ୍ତ ପାର୍କ, ହଲ୍, ସପିଂ ମଲ୍, ବାର୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ସମସ୍ତ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନ୍ତରାଜ୍ୟ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପୂର୍ବପରି କଟକଣା ରହିବ । କେହି ହେଲେ ବସି ଖାଇପାରିବେ ନାହିଁ । କେବଳ ପାର୍ସଲ ନେଇପାରିବେ ।

Spread the love