ଜଣେ ଆଇଏଏସ୍‌ ଅଧିକାରୀଙ୍କ ପଦୋନ୍ନତି କିପରି ହୁଏ? କେଉଁଠୁ କେଉଁ ପଦ ଯାଏଁ ଯାଆନ୍ତି ଜାଣନ୍ତୁ

ଭାରତରେ ସବୁଠାରୁ କ୍ରେଜରେ ଥିବା ଚାକିରି ଯଦି କହିବା ତାହା ହେଉଛି ଇଣ୍ଡିଆନ୍‌ ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସେଜ୍‌ ବା ଆଇଏଏସ। ଯେଉଁଥିରେ ସିଲେକ୍ଟ ହେବାର ସ୍ୱପ୍ନ ପ୍ରାୟ ପ୍ରତ୍ୟେକ ଭାରତୀୟ ନିଜ ପଢ଼ା କ୍ୟାରିୟର ସମୟରେ ଦେଖିଥାନ୍ତି। ପ୍ରତି ବର୍ଷ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବହୁ ଯୁବପିଢି ମନବଳାଉଛନ୍ତି । ଏହି ସେବାରେ ନିୟୋଜିତ ହୋଇ ସେମାନେ ଉଭୟ ଦେଶ ଆଉ ନିଜ ପାଇଁ କାର୍ଯ୍ୟ କରିବାକୁ ବଡ ଆଶା ରଖୁଛନ୍ତି । ଏହି କ୍ୟାରିୟର ସଂପ୍ରତି ଅଧିକ ଯୁବ ପିଢ଼ିଙ୍କ ଦ୍ୱାରା ଅଧିକ ଆଦୃତ ହେବାରେ ଲାଗିଛି। ତେଣୁ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତାର ସ୍ତର ବଢିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରଶାସନିକ ସେବା କ୍ଷେତ୍ରରେ ପାଦ ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ପରୀକ୍ଷା

ତେବେ ଆଇଏଏସ ହେବା ପାଇଁ ବହୁ କଷ୍ଟ କରିବାକୁ ପଡେ ଏହାତ ସମସ୍ତଙ୍କୁ ଜଣା । ତେବେ ଏଥିପାଇଁ ୟୁପିଏସି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ । ଏହା ପରେ ଆପଣଙ୍କ ମାନଦଣ୍ଡ ଅନୁସାରେ ଆପଣଙ୍କୁ କେଉଁ ବିଭାଗ ମିଳିବା ଆବଶ୍ୟକ ତାହା ସ୍ଥିର କରାଯାଇଥାଏ ।

ଇତିହାସ

ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ରାଜ କର କରୁଥିା, ସେତେବେଳେ ଭାରତରେ ଇଂରେଜାମନେ ଇଣ୍ଡିଆନ୍‌ ସିବିଲ ସର୍ଭିସେଜର ଆରମ୍ଭ କରିଥିଲେ ଏବଂ ଏହାକୁ ତିନୋଟି ଭାଗରେ ବଣ୍ଟା ଯାଇଥିଲା ଅନୁବନ୍ଧିତ, ଅଣଅନୁବନ୍ଧିତ ଏବଂ ସ୍ପେଶାଲ ସିଭିଲ ସର୍ଭିସେଜ୍‌। ୧୮୯୩ରେ ଏହାର ନିଯୁକ୍ତି ଗୋଟେ ବର୍ଷର ପରୀକ୍ଷା ଜରିଆରେ ଆରମ୍ଭ ହେବାକୁ ଲାଗିଲା। ୧୮୫୮ରୁ ନେଇ ୧୯୪୭ ପର୍ଯ୍ୟନ୍ତ ଏହା ବ୍ରିଟିସ ଭାରତର ଶୀର୍ଷ ସିଭିଲ ସର୍ଭିସ ଥିଲା। ଆଇସିଏସ ପାଇଁ ଶେଷ ଥର ବ୍ରିଟିସ ନିଯୁକ୍ତି ୧୯୪୨ରେ ହୋଇଥିଲା।

କିନ୍ତୁ କଣ ଆପଣ ଜାଣନ୍ତି କି ଏହି ପଦରେ କାର୍ଯ୍ୟ କରିବା ପରେ ଜଣେ ଆଇଏସ ଅଧିକାରୀଙ୍କର କିଭଳି ପଦୋନ୍ନତି ହୋଇଥାଏ । ଆପଣ ବିଭିନ୍ନ ଗଣମାଧ୍ୟମ କିମ୍ବା ଖବର କାଗରେ ପଢ଼ିଥିବେ ଯେ ଏହି ଆଇଏସ ଅଧିକାରୀଙ୍କର ପଦୋନ୍ନତି ହେଲା । କିମ୍ବା ଏହି ଆଇଏସ ଅଧିକାରୀଙ୍କୁ ଏହି ପଦଭାର ମିଳିଲା କିନ୍ତୁ ଏହା କିଭଳି ହୁଏ ତାହା ବିଷୟରେ ଖୁବ କମ ଲୋକ ଅବଗତ ଥିବେ । ଭାରତୀୟ ପ୍ରଶାସନିକ ସେବା ସବୁଠାରୁ ବିଶେଷ ହୋଇଥାଏ । ପ୍ରଶାସନିକ ଅଧିକାରୀଙ୍କର ପଦୋନ୍ନତି ବରିଷ୍ଠତା ଏବଂ ତାଙ୍କର କାର୍ଯ୍ୟଦକ୍ଷତା ଆଧାରରେ ହୋଇଥାଏ । ସେବା ସମୟରେ ଏହି ଅଧିକାରୀ ମାନେ କିଭଳି କାର୍ଯ୍ୟ କରୁଛନ୍ତି । ଏହି ଅଧିକାରୀ ମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଯାହା ଜନ କଲ୍ୟାଣ ପାଇଁ କେତେ ଲାଭଦାୟକ ହେଉଛି । ଏହା ଅଧିକାରୀ ମାନଙ୍କ ଯୋଗ୍ୟତା ଆଧାରରେ ହିଁ ପଦୋନ୍ନତି ହୋଇଥାଏ ।

ପଦୋନ୍ନତି ପରେ ଏହି ଅଧିକାରୀ ମାନେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଅନ୍ତର୍ଗତ ବିଭିନ୍ନ ପଦବୀ ରେ କାର୍ଯ୍ୟ କରିଥାଆନ୍ତି । ମୁଖ୍ୟତଃ ସେମାନଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ/ଉପସଚିବ/ନିର୍ଦ୍ଦେଶକ/ ଯୁଗ୍ମ ସଚିବ ଆଦି ପଦରେ କାର୍ଯ୍ୟ କରିଥାଆନ୍ତି । କେବଳ ଏତିକି ନୁହେଁ ଏହି ଅଧିକାରୀ ମାନଙ୍କ ପଦୋନ୍ନତି କ୍ୟାବିନେଟ ସେକ୍ରେଟେରି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । କହିବାକୁ ଗଲେ ଏହା ପଦ ନୁହେଁ ଏହା ହେଉଛି ସେବାର ଏକ ମାର୍ଗ । ଆଉ ଯେଉଁ ଅଧିକାରୀ ମାନେ ନିଜର କାର୍ଯ୍ୟ ଦକ୍ଷତା ବଳରେ ଦେଶ ପାଇଁ ରାଜ୍ୟ ପାଇଁ ସେବା ମନବୃତ୍ତି ରଖି କାମ କରନ୍ତି ତାଙ୍କୁ ଶେଷରେ ସଫଳତା ଆଉ ସେହି ସମ୍ମାନ ନିଶ୍ଚୟ ପ୍ରାପ୍ତ ହୋଇଥାଏ ।

Spread the love