କରୋନା ଟିକା ନେବା ପୂର୍ବରୁ ଓ ପରେ କଣ ଖାଇବେ ଏବଂ କଣ ଖାଇବେନି

ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବି ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ସରକାର। ତେବେ ଟିକା ନେବା ପରେ ଓ ପୂର୍ବରୁ ଆମର ଲାଇଫଷ୍ଟାଇଲ କେମିତି ରହୁଛି, ତା ଉପରେ ହିଁ ଟିକା କେତେ ପ୍ରଭାବଶାଳୀ ହେବ ତାହା ନିର୍ଭର କରୁଛି। ଏଭଳି ସ୍ଥିତିରେ ଆମକୁ ନିଜ ଖାଦ୍ୟପେୟ ଉପରେ ଯତ୍ନବାନ ହେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କରୋନା ଟିକା ନେବା ପୂର୍ବରୁ ଓ ପରେ କଣ ଖାଇବା ଉଚିତ।

ଟିକା ନେବା ପୂର୍ବରୁ ଏସବୁ ଜିନିଷ ଖାଆନ୍ତୁ:
ଟିକା ନେବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ। ଏଥିସହ କାକୁଡ଼ି, ତରଭୁଜ, ପୁଟି କାକୁଡ଼ି ପ୍ରମୁଖ ଫଳ ଖାଆନ୍ତୁ। ଫଳରେ ଟିକାଜନିତ ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା କମ ରହିବ।

ଟିକା ନେବା ପରେ କଣ ଖାଇବେ:

ଟିକା ନେବା ପରେ ମାଦକ ଦ୍ରବ୍ୟ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।
ପ୍ରୋସେସଡ ଫୁଡ଼ ଓ ଚିନିଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ।
ପ୍ରଚୁର ପରିମାଣରେ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ।
ଭୋଜନରେ ଯେତେ ପାରୁଛନ୍ତି ସେତେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

Spread the love