୨୦୨୨ରେ ହ୍ବାଟ୍ସଆପ୍‌ରେ ଆସିବ ଏହି ନୂଆ ଫିଚର୍ସ !

ସୋସିଆଲ ମିଡିଆ ଚାଟିଂ ଆପ୍ ହ୍ବାଟ୍ସଆପ୍‌ ଦୁନିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ । ହ୍ବାଟ୍ସଆପ୍‌ ୟୁଜର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର୍ସ ସବୁବେଳେ ଆଣିଥାଏ । ଯେଉଁଥିରୁ ୟୁଜର୍ସମାନେ ମଧ୍ୟ ନୂଆ ଫିଚର୍ସକୁ ନେଇ ଉତ୍ସାହ ରହିଥାନ୍ତି । ତେବେ ଏହି ବର୍ଷରେ ହ୍ବାଟ୍ସଆପ୍‌ ବହୁତ ନୂଆ ଅପଡେଟ୍‌ ସହ ନୂଆ ଫିଚର୍ସ ମଧ୍ୟ ଆଣିଛି। ଏବଂ ବର୍ତ୍ତମାନ ୨୦୨୨ରେ ହ୍ବାଟ୍ସଆପ୍‌ରେ ମଧ୍ୟ ଅନେକ ନୂଆ ଫିଚର୍ସ ସହିତ ଆସିପାରେ । ତେବେ ଏହି ଫିଚର୍ସ ଗୁଡିକ କ’ଣ ହୋଇପାରେ ଚାଲନ୍ତୁ ଜାଣିବା।

ତେବେ ହ୍ବାଟ୍ସଆପ୍‌ କୁ ଟକ୍କର ଦେଉଥିବା ଆପ୍‌ ଟେଲିଗ୍ରାମରେ ଏପରି ଅନେକ ଫିଚର୍ସ ରହିଛି । ଯାହା ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ  ହୋଇ ନାହିଁ। ହେଲେ ଏହା ଯଥା ଶୀଘ୍ର ସମ୍ଭବ ହେବ ବୋଲି ଆଶା ରଖାଯାଇଛି । ଯେମିତିକି ୟୁଜର୍ସ କିଛି ଚାଟ୍ ପାଇଁ ‘ରିପିଟ୍‌ ନୋଟିଫିକିସନ୍‌’ ଫିଚର୍ସକୁ ବ୍ୟବହାର କରିପାରିବେ। ଚାଟ୍‌ ସହ ଜଡିତ ନୋଟିଫିକେସନ ଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟ ପରେ ୟୁଜର୍ସଙ୍କୁ ଯେକୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ମେସେଜ୍‌ ଗୁଡିକ ମିସ୍‌ କରିବେ ନାହିଁ ତାହା ଉପରେ କିଛି ବିକଳ୍ପ ଅଣାଯିବ । ହେଲେ ହ୍ବାଟ୍ସଆପରେ ମଲ୍ଟି-ଡିଭାଇସ୍ ଫିଚର୍ସ ସହିତ ଚାରୋଟି ଡିଭାଇସରୁ ଆପଣଙ୍କର ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଲିଙ୍କ୍ କରିପାରିବ। କିନ୍ତୁ ଆଜିର ଯୁଗରେ ଚାରୋଟି ଡିଭାଇସ୍ ବହୁତ କମ୍ ଅଟେ। ଏଥିପାଇଁ ହ୍ବାଟ୍ସଆପ୍‌ ଏହାର ୱେବ୍ ଭର୍ସନ୍ ପାଇଁ ଚାରୋଟି ଡିଭାଇସର ଲିମିଟ୍‌କୁ ହଟାଇ ଦେଇଛି । ଏବଂ ୟୁଜର୍ସ ହ୍ବାଟ୍ସଆପ ଡିଭାଇସ୍‌କୁ ଯେତେ ଚାହିଁଲେ ଲିଙ୍କ୍ କରିପାରିବେ। ଏହି ବର୍ଷ ହ୍ବାଟ୍ସଆପ୍‌ ନିଜର UPI ସେବା ଲଞ୍ଚ କରିଛି ଏବଂ ଏହି ଫିଚର୍ସର ନାମ ହେଉଛି ହ୍ବାଟ୍ସଆପ୍‌ ପେ’ । ଏହି ଫିଚର୍ସ ସହିତ, ୟୁଜର୍ସମାନେ କେବଳ ହ୍ବାଟ୍ସଆପ୍‌ ଚାଟ୍ ମାଧ୍ୟମରେ ସହଜରେ ଟଙ୍କା କାରବାର କରିପାରିବେ । କିନ୍ତୁ ଯେଉଁଠାରେ ଏହାର ବଟନ୍ ଅଛି, ସେଠାରେ ଚାଟ୍ ରେ ମିଡିଆ ଫାଇଲ୍ ଅପଲୋଡ୍ କରିବାକୁ ଏକ ବଟନ୍ ଥିଲା

ହ୍ବାଟ୍ସଆପ୍‌ ଏହାର ୟୁଜର୍ସମାନଙ୍କ ପାଇଁ ଏହିପରି ଅନେକ ଅପସନ ଜାରି କରିଛି, ଯାହା ଦ୍ବାରା ସେମାନେ ନିଜ ପସନ୍ଦ ଅନୁଯାୟୀ ଚାଟ୍ କଷ୍ଟୋମାଇଜ୍ କରିପାରିବେ। କିନ୍ତୁ ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମ ପରି ଥିମ୍ ସପୋର୍ଟ ହ୍ବାଟ୍ସଆପ୍‌ରେ ଉପଲବ୍ଧ ନାହିଁ । ଏନେଇ ୟୁଜର୍ସମାନେ ଏହାକୁ ନେଇ ଆଶା କରିପାରନ୍ତି ବୋଲି କୁହାଯାଇଛି। ଏଥି ସହିତ ନୂଆ ଅଟୋ ଡିଲିଟ୍‌ର ଅପସନ୍‌ ଆସିପାରେ ବୋଲି ମଧ୍ୟ ଦର୍ଶାଯାଇଛି । ଏହି ସବୁ ନେଇ ହ୍ବାଟ୍ସଆପ୍‌ରେ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

Spread the love