ହ୍ୱାଟ୍ସଅପ୍ କହିବ ଆପଣ କେତେ ସୁନ୍ଦର

ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏମିତି କି ସେ ସୁନ୍ଦରତା ହେଉ କିମ୍ବା ଅର୍ଥବ୍ୟବସ୍ଥା । ତେବେ ଆସନ୍ତୁ ସୁନ୍ଦରୀ ପ୍ରତିଯୋଗିତା ଉପରେ ନଜର ପକାଇବା । ସୋସିଆଲ ମିଡିଆରେ ସୁନ୍ଦର ଓ ସୁନ୍ଦରୀ ପ୍ରତିଯୋଗିତା ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଦେଖାଯାଉଛି । ନିଜର ସୁନ୍ଦରତା ପରିବେଶଷ ପାଇଁ କୌଣସି ଷ୍ଟେଜ ଦରକାର ନାହିଁ । ବିନା ଜଜ୍ ରେ ଆପଣ ଜାଣିପାରିବେ ଆପଣ କେତେ ସୁନ୍ଦର । ଏହା ଏକ ଆନନ୍ଦଦାୟକ କଥା ନିଶ୍ଚିତ ।

ମନେର ପ୍ରଶ୍ନ ଆସୁଥିବ ଘରେ ବସି ଆପଣ କେତେ ସୁନ୍ଦର ଜାଣିବେ କିପରି । ଏହି ଉପାୟଟି ଭାରି ସରଳ । ତେଣୁ ଆପଣଙ୍କ ହ୍ବାଟ୍ସଅପ କହିବ ଆପଣ କେତେ ସୁନ୍ଦର । ତେବେ ଆସନ୍ତୁ ଏହା ଉପରେ ଚର୍ଚ୍ଚା କରିବା । ଯାହା ଆମେ ପ୍ରତିଦିନ କରିଥାନ୍ତି ।  ଏହା ସମସ୍ତଙ୍କ କ୍ଷେତ୍ରରେ ପ୍ରୟୋଜନ ହୋଇନଥାଏ । ପ୍ରାୟ ୯୦ ପ୍ରତିଶତ ଯୁବକ ଯୁବତୀ ହ୍ବାଟ୍ସଅପ ରେ ନିଜର ଫଟୋ ଛାଡ଼ିଥାନ୍ତି । କେହି ଷ୍ଟାଟସ ରେ ତ କିଏ ଡିପିରେ । ଟିକିନିକି ଖବର ଆମେ ହ୍ୱାଟସପ୍ ମାଧ୍ୟମରେ ସେୟାର କରୁ । ଖାଇବା ପିଇବା ଠାରୁ ଆରମ୍ଭ କରି  ବୁଲିବା ଯାଏ । ଏମିତିକି ମନ୍ଦିର, ପାର୍କ, ରେଷ୍ଟୁରାଣ୍ଟଯିବା ପର୍ଯ୍ୟନ୍ତ ସମସ୍ତ ଟିକିନିକି ଖବର ଆମେ ହ୍ବାଟ୍ସଅପ ଷ୍ଟାଟସରେ ଦେଇଥାଉ । ଯାହାଫଳରେ ପିତାମାତାଙ୍କର ଟିକେ ଟେନସନ କମ୍ କରିହେଉଛି ହ୍ୱାଟସପ୍ ମାଧ୍ୟମରେ  ।

  ପିଲାମାନେ କୁଆଡେ ଯାଉଛନ୍ତି ଏବଂ କଣ କରୁଛନ୍ତି ତାହା ବାପା ମାଆ ପାଣିପାରୁନଥିଲେ । ଏବେ ତାହା ଖୁବଶୀଘ୍ର ଜାଣିପାରୁଛନ୍ତି । ଯୁବକ ହୁଅନ୍ତୁ କିମ୍ବା ଯୁବତୀ ହ୍ବାଟ୍ସଅପ ଷ୍ଟାଟସରେ ନିଜର ଫଟୋ ଅପଲୋଡ କରନ୍ତି । କିଛି ସମୟ ପରେ ଦେଖିବେ କେତେ ଲାଇକ୍ ଏବଂ କେତେ କମେଣ୍ଟ ଆସୁଛି । ସେଥିରୁ ଆପଣ ଜାଣିପାରିବେ ଆପଣ କେତେ ସୁନ୍ଦର ।

  

 

Spread the love