ଜାଣନ୍ତୁ ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେଉଁ ତେଲ ଉପକାରୀ

ଆମ ଶରୀର ପାଇଁ ହୃଦୟ ଏବଂ ମସ୍ତିଷ୍କର ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ । ଆଜିକାଲିର ଲାଇଫଷ୍ଟାଇଲ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପରି ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ । ଖାଇବା ତେଲରେ ଥିବା ଫ୍ୟାଟି ଏସିଡ୍ ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯେଉଁ ତେଲରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ ତାହା କୋଲେଷ୍ଟ୍ରଲ ହ୍ରାସ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହି ତେଲ ବ୍ୟବହାର କରି ହୃଦୟ ଏବଂ ମନକୁ ସୁସ୍ଥ ରଖାଯାଇପାରିବ । ଆସନ୍ତୁ ଜାଣିବା କେଉଁ ଖାଇବା ତେଲ ଆମ ହୃଦୟ ଏବଂ ମନ ପାଇଁ ସର୍ବୋତ୍ତମ ।

ଖାଇବା ତେଲ କିପରି ବାଛିବେ:
ବିଶେଷଜ୍ଞଙ୍କ ଅନୁସାରେ, ଖାଇବା ତେଲ ବାଛିବା ସମୟରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା ନାହିଁ ତାହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅନେକ ସମୟରେ ଅମେ ମାର୍କେଟରେ ମିଳୁଥିବା ଶସ୍ତା ତେଲରେ ବ୍ୟବହାର କରିଥାଉ। ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଖାଇବା ତେଲରେ ଥିବା ଫ୍ୟାଟି ଏସିଡର ମାତ୍ରା ଏବଂ ଗୁଣ ବହୁତ ଗୁରୁତ୍ୱପୂର୍ଣ୍ଣ । MUFA ଏବଂ PUFA ଭଳି ଅସେଚୁରଟେଡ ଫ୍ୟାଟର ମାତ୍ରା ଅଧିକ ରହିବା ଦରକାର ।

ବିଶେଷତଃ Omega-3 PUFA ହୃଦୟର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଏହା ବ୍ୟତୀତ ତେଲକୁ ଅଧିକ ଗରମ ମଧ୍ୟ କରିବା ଉଚିତ ନୁହେଁ । ତେଲକୁ ଅଧିକ ଗରମ କରିବା ଦ୍ୱାରା ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ସୃଷ୍ଟି ହୋଇପାରେ । ସବୁବେଳେ ସଠିକ ଖାଇବା ତେଲ ବାଛିବା ଦରକାର । ମୂଲ୍ୟ ଉପରେ ଧ୍ୟାନ ନ ଦେଇ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବ ସେହି ତେଲର ବ୍ୟବହାର କରିବା ଉଚିତ ।

ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରନ୍ତୁ ଏହି ତେଲ:

ଅଲିଭ୍‌ ଅଏଲ୍‌- ଅଲିଭ୍‌ ଅଏଲରେ ମୋନୋଅନସେଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ମିଳିଥାଏ । ଯାହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟୀ ।

ବାଦାମ ତେଲ: ଏହି ତେଲରେ OMEGA-3 ଏବଂ OMEGA-6 ଫ୍ୟାଟି ଏସିଡ୍‌ ଥାଏ । ଏହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

କନୋଲା ଅଏଲ୍‌- କନୋଲା ଅଏଲ୍‌ରେ OMEGA-3 ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ମିଳିଥାଏ ।

ସୋରିସ ତେଲ- ଏହି ତେଲରେ ମଧ୍ୟ OMEGA-3 ଫ୍ୟାଟି ଏସିଡ୍‌ ରହିଥାଏ, ଯାହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Spread the love