ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତ: WHO ଦେଲା ଅନୁମତି
ଭାରତର ସେରମ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଏବେ ବିଶ୍ୱବ୍ୟାପୀ ଜରୁରୀକାଳୀନ ବ୍ୟବହାର ହୋଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ତରଫରୁ ବିକଶିତ କରାଯାଇଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର କହିଛି ଯେ, ଟିକାର ଜରୁରୀକାଳୀନ ବ୍ୟବହାରକୁ ମଂଜୁରୀ ଦିଆଯାଇଛି । ଉଭୟ ହିଁ ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଦହାନମ କହିଛନ୍ତି ଯେ, ସୋମବାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଟିକାର ୨ଟି ସଂସ୍କରଣକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ଟିକା ମାଧ୍ୟମରେ ବିଶ୍ୱବ୍ୟାପୀ ଟିକାକରଣ ପ୍ରକ୍ରିୟା ଆଗକୁ ବଢ଼ାଯାଇପାରିବ ।
ସୂଚନାଯୋଗ୍ୟ, ଅକ୍ସଫୋର୍ଡ-ଆଷ୍ଟ୍ରାଜନିକାର ଟିକା ଭାରତରେ ପୁଣେସ୍ଥିତ ସେରମ ପ୍ରତିଷ୍ଠାନରେ ଉତ୍ପାଦିତ ହେଉଛି । ସେହିଭଳି କଂପାନୀ ଦ୍ୱାରା ଦକ୍ଷିଣ କୋରିଆର ଏସକୋ ବାୟୋ କଂପାନୀ ମଧ୍ୟ ଏହି ଟିକା ପ୍ରସ୍ତୁତ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉଭୟ କଂପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଇଛି