ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଛନ୍ତି ‘ରକେଟ୍ ଓମ୍ୟାନ୍’ : କିଏ ଏହି ମହିଳା ଯାହାକୁ ମିଳିଛି ମିଶନର ଗୁରୁ ଦାୟିତ୍ୱ?

ଆଜି ଦ୍ୱିପହର ୨ଟା ୩୫ ମିନିଟରେ ଉଡାଣ ଭରିବ ଚନ୍ଦ୍ରଯାନ-୩ । ୬୧୫ କୋଟି ବଜେଟରେ ନିର୍ମିତ ଏହି ମିଶନ୍ ୫୦ ଦିନର ଯାତ୍ରା ପରେ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ନିକଟରେ ଲ୍ୟାଣ୍ଡିଙ୍ଗ କରିବ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ର ଅବତରଣର ଗୁରୁ ଦାୟିତ୍ୱ ମିଳିଛି ମହିଳା ବୈଜ୍ଞାନିକ ଋତୁ କରିଧାଲଙ୍କୁ । ସେ ଚନ୍ଦ୍ରଯାନ-୩ ମିଶନର ମିଶନ୍ ନିର୍ଦ୍ଦେଶିକା ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଆଜି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପୁରା ବିଶ୍ୱର ନଜର ଆଜି ଭାରତ ଉପରେ । କାରଣ ଆଜି ଭାରତ ଶ୍ରୀହରିକୋଟ ସ୍ଥିତ ସତୀଶ ଧୱନ୍ ସ୍ପେଶ୍ ସେଣ୍ଟରରୁ ଦ୍ୱିପହର ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଲଞ୍ଚ କରିବ । ଏହାର ଲ୍ୟାଣ୍ଡର, ରୋବର ଓ ପ୍ରୋପଲ୍ସନ୍ ମଡ୍ୟୁଲକୁ ମିଶାଇ ୬ଟି ପ୍ଲୋଡ୍ସ ଯାଉଛି । ସବୁଠୁ ଖାସ୍ କଥା ହେଉଛି ଏହାକୁ ଲିଡ୍ କରୁଥିବା ‘ରକେଟ୍ ଓମ୍ୟାନ୍’ ଭାବେ ଜଣାଶୁଣା ମହାକାଶ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବ ଅଟନ୍ତି । ଆସନ୍ତୁ ଜାଣିବା ସଂକ୍ଷେପରେ ତାଙ୍କ ବିଷୟରେ

ଋତୁ କରିଧାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ୍-୩ର ମିଶନ୍ ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ନର୍ବାହ କରୁଛନ୍ତି । ଲକ୍ଷେ୍ନøର ବାସିନ୍ଦା ଋତୁ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଜଣେ ଆଗଧାଡିର ବୈଜ୍ଞାନିକ । ଏହା ପୂର୍ବରୁ ମଙ୍ଗଳ ମିଶନରେ ତାଙ୍କର ଭୂମିକାକୁ ଦୃଷ୍ଟିରେ ରଖି ତାଙ୍କୁ ଚନ୍ଦ୍ରଯାନ-୩ ର ଗୁରୁ ଦାୟିତ୍ୱ ଦିଆଯାଇଛି । ମଙ୍ଗଳ ମିଶନର ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରିସାରିିଛନ୍ତି ଋତୁ । ଏହାସହ ଚନ୍ଦ୍ରଯାନ-୨ରେ ମଧ୍ୟ ତାଙ୍କୁ ମିଶନ ଡାଇରେକ୍ଟର ଦାୟିତ୍ୱ ଦିଆଯାଇଥିଲା ।
ପ୍ରଥମେ ଲକ୍ଷେ୍ନøର ନବଯୁଗ ମହାବିଦ୍ୟାଳରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଲକ୍ଷେ୍ନø ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଶେଷ କଲେ । ୬ ମାସ ରିସର୍ଚ୍ଚ କରିବା ପରେ ଗେଟ୍ ପାଇଲେ । ୨୦୦୭ରେ ଇସ୍ରୋରେ ଯୋଗ ଦେଲେ ଋତୁ । ଏରୋସ୍ପେଶରେ ବିଶେଷଜ୍ଞତା ହାସଲ କରିଥିବା ଋତୁଙ୍କ ପୁରା କ୍ୟାରିୟର ଅଭିଜ୍ଞତାରେ ଭରପୁର ।

୨୦୦୭ରେ ଋତୁ କରିଧାଲ ଶ୍ରୀବାସ୍ତବଙ୍କୁ ଯୁବ ବ୍ରେଜ୍ଞାନିକ ପୁରସ୍କାର ମିଳିଥିଲା । ତାଙ୍କୁ ‘ରକେଟ୍ ଓମ୍ୟାନ୍’ ଭାବେ ଜଣାଯାଏ । ପିଲାଦିନୁ ମହାକାଶ ବିଜ୍ଞାନରେ ରୁଚି ରଖିଥିବା ଋତୁଙ୍କୁ ଏପିଜେ ଅବଦୁଲ କଲାମ ଯୁବା ବୈଜ୍ଞାନିକ ସମ୍ମାନ, ମାର୍ସ ଆର୍ବିଟର ମିଶନ ପାଇଁ ଇସ୍ରୋ ଟିମ୍ ପୁରସ୍କାର, ଏଏସଆଇ ଟିମ୍ ପୁରସ୍କାର, ସୋସାଇଟି ଅଫ୍ ଇଣ୍ଡିଆନ୍ ଟେକ୍ନୋଲୋଜି ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ଏରୋସ୍ପେଶ୍ ମହିଳା ଉପଲବ୍ଧି ପୁରସ୍କାର ପରି ଅନେକ ସମ୍ମାନ ମିଳିଛି ।

Spread the love