ଜାମୁକୋଳି ଖାଇବା ଦ୍ବାରା କେଉଁ ରୋଗୀ ହୋଇଥାଏ ଜାଣନ୍ତୁ …

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳିରେ ଭରପୁର ପରିମାଣରେ ମିଳେ । ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ଅନ୍ୟପକ୍ଷରେ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ। ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା। ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ। ତେଣୁ ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ ଆକ୍ରାନ୍ତ, ସେମାନେ ଆଦୌ ଜାମୁକୋଳି ଖାଆନ୍ତୁ ନାହିଁ। ଜାମୁକୋଳି ରକ୍ତଚାପକୁ ନିୟନ୍ତ୍ରଣ କରେ, ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ସେବନ କରିଥାନ୍ତି। ଉଚ୍ଚ ରକ୍ତଚାପ ରୋଗୀ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ବାରା ସେମାନେ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହୋଇପାରନ୍ତି।

ଜାମୁକୋଳିରେ ଭିଟାମିନ୍‌ ସି’ର ପରିମାଣ ଭରପୂର ଥିବାରୁ, ଏହାର ଅଧିକ ସେବନ ଦ୍ବାରା ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ। ଏଥିଯୋଗୁ ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଅତ୍ୟଧିକ ଜାମୁକୋଳି ଖାଇଲେ ବ୍ରଣ ସମସ୍ୟା ମଧ୍ୟ ଦେଖାେଦଇଥାଏ। ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତି କମ୍ ପରିମାଣରେ ଏହାକୁ ଖାଇପାରିବେ।

Spread the love