ଟିକାକରଣ କେନ୍ଦ୍ରରେ କାହାର ଫଟୋ ରହିବ ? ଜୋର ଧରିଲା ରାଜନୀତି, ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ଵର ୨୧।୦୬:  ଆଜିଠୁ ଆରମ୍ଭ ହୋଇଛି ମେଗା ଟିକା କରଣ । ନୂଆ ଟିକାନୀତି ଆସିବା ପରେ ୩ ଲକ୍ଷ ଡୋଜ ଟିକା କରଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨ ହଜାର ଭ୍ୟାକସିନ ସେଣ୍ଟରେ ଟିକା ଦାନ କରୁଛନ୍ତି । ହେଲେ  ଟିକାକରଣ କେନ୍ଦ୍ରରେ କାହାର ଫଟୋ ଲାଗିବ ତାକୁ ନେଇ ଜୋର ଧରିଛି ରାଜନୀତି । ବାଲେଶ୍ବର, ଅନୁଗୋଳ ଓ ଜୟପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାଲେଶ୍ଵର ଗାନ୍ଧି ସ୍ମୃତି ଭବନରେ ଟିକାକରଣ ବେଳେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଲାଗିଥିବାକୁ ନେଇ  ଉତ୍ତେଜନା ଦେଖାଦେଇଛି ।

ଟିକା କରଣ କେନ୍ଦ୍ରରେ  ଫଟୋ  ରାଜନୀତି । ବାଲେଶ୍ବର, ଅନୁଗୋଳ  ଓ କୋରାପୁଟ ଟିକା କେନ୍ଦ୍ରରେ ଉତ୍ତେଜନା ।  କୋଭିଡ ଭ୍ୟାକସିନ ସେଣ୍ଟରେ ଫଟୋ ଲାଗିବାକୁ ନେଇ  ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ।  ଆଜିଠୁ ସାରା ଦେଶରେ  ମେଗା ଭାକ୍ସିନେସନ ଆରମ୍ଭ ହୋଇଥିବା ଫଟୋ ରାଜନୀତି ବି ତେଜିଛି ।   ଟିକା କରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ଏ ହେଉଛି ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନର ଘଟଣା । 

ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାକୁ ନେଇ ବିଜେପି କର୍ମୀ କ୍ଷୁବ୍ଧ। କିଛି ବିଜେପି କର୍ମୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ  ଜୋର ଜବରଦସ୍ତ ଟିକା କେନ୍ଦ୍ରରେ ରଖିଥିଲେ ।  ଏଥିପାଇଁ ଦେଖାଦେଇଥିଲା ଉତ୍ତେଜନା। କୋରାପୁଟ ଜୟପୁରରେ ମଧ୍ୟ ସମାନ ଦୃଶ୍ୟ ।  ଅନୁଗୋଳରେ ବି ହୋଇଥିଲା ଗୋଳମାଳ ।  ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖା ଦେଇଥିଲା ବିବାଦ । ପୋଷ୍ଟର ଓ ହିତାଧିକାରୀଙ୍କୁ ଦିଆଯାଉଥିବା କୁପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା । ହେଲେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ନାହିଁ ବୋଲି ପ୍ରଶ୍ନ କରିଥିଲେ  ବିଜେପି କର୍ମୀ, ଯାହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ।

ଟିକା କେନ୍ଦ୍ରର ଫଟୋ ରାଜନୀତି ଇଫେକ୍ଟ ପଡିଛି ରାଜଧାନୀ ରାଜନୀତିରେ। ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି – ରାଜ୍ୟମାନେ ଗ୍ଲୋବାଲ ଟେଣ୍ଡର କରିପାରିଲେନି କି ଟିକା କିଣି ପାରିଲେନି ।  ସାମଗ୍ରୀକ ଟିକାକରଣ ଦାୟିତ୍ବ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଟିକାକୁ ନେଇ ରାଜନୀତି ନହେଉ।  ବିଜେଡି କହିଛି, ଜନସାଧାରଣଙ୍କ ପଇସାରେ ଟିକାକରଣ ହେଉଛି । କେଉଁଠି କେଉଁ ନେତାଙ୍କ ଫଟୋ ଲାଗିଲା ଏହାକୁ ନେଇ ରାଜନୀତି ହେବା ଅନୁଚିତ।

ଆଜି ଦେଶସାରା କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ଦିନକରେ ଆଜି ଦେଶରେ ୪୭ ଲକ୍ଷ ଟିକା ନେଇଛନ୍ତି। ଟିକାକୁ ନେଇ ଲୋକଙ୍କ ମଧ୍ୟରେ ବି ଆଗ୍ରହ ବଢ଼ିଛି। ଦେଖନ୍ତୁ ଏହି ଦୃଶ୍ୟ। ଏଠି ଟିକା ଜଗିଛି ଟେକା ।  ଢେଙ୍କାନାଳ କାମାକ୍ଷାନଗର ଟିକାକରଣ କେନ୍ଦ୍ରର ଏତେ ଭିଡ଼ ବଡ଼ିଥିଲା ଯେ ଭିଡ଼ ନିୟନ୍ତ୍ରଣ ପାଇଁ ଏଭଳି ଉପାୟ ଆପଣାଇଥିଲେ ଲୋକେ।  କାଗଜ ଚିଠାରେ ଟେକା ରଖି ଲାଇନରେ ଥୋଇଥିଲେ, ଯାହାର ପାଳି ଆସିଲା ସେ ଟିକା ନେଲା। 

Spread the love