ସୈନିକମାନେ କାହିଁକି ରଖିଥାଆନ୍ତି ଛୋଟ ବାଳ : ଜାଣିଛନ୍ତି କି?

ଅଧିକାଂଶ ସମ୍ବାଦପତ୍ରରେ ଫଟୋ,ଗୁଗଲ୍ ଫଟୋ,ଗଣତନ୍ତ୍ର ଦିବସରେ ପ୍ୟାରେଡ୍,ଫିଲ୍ମ ଏବଂ ମେଟ୍ରୋରେ ଯାତ୍ରା ସମୟରେ ଆମେ ସୈନିକଙ୍କୁ ଦେଖିଥାଉ। ଏସବୁ ଦେଖି ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ-ତାହା ହେଲା ସୈନିକଙ୍କ ବାଳ। ତେବେ ଆସନ୍ତୁ ଜାଣିବା ସୈନିକମାନେ କେଉଁ କାରଣରୁ ଛୋଟ ବାଳ ରଖିଥାଆନ୍ତି।

୧-ଯୁଦ୍ଧ ସମୟରେ ସୈନିକମାନେ ମୁଣ୍ଡରେ ହେଲମେଟ୍ ଏବଂ ବିଭିନ୍ନ ପ୍ରକାର ଗ୍ୟାଜେଟସ୍ ପିନ୍ଧିଥାଆନ୍ତି। ଯାହା ଫଳରେ ସେମାନେ ଛୋଟ ବାଳ ରଖିଥାଆନ୍ତି।

୨-ସୈନିକମାନେ ଯୁଦ୍ଧବେଳେ ଗାଧୋଇ ପାରନ୍ତି ନାହିଁ। ଏଥିପାଇଁ ବାଳକୁ ଛୋଟ ରଖିଥାଆନ୍ତି ଯାହା ଫଳରେ ସେମାନେ ସଂକ୍ରମଣରୁ ରକ୍ଷା ପାଇ ପାରିବେ।

୩-ସୈନିକଙ୍କ କାମ ବନ୍ଧୁକ ଚଲାଇବା। ସେମାନେ ଯେତେବେଳେ ବନ୍ଧୁକ ଚଲାଇଥାଆନ୍ତି ତାଙ୍କୁ ବହୁତ ଧୈର୍ୟ୍ୟର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଲକ୍ଷ୍ୟ ସାଧିବା ପାଇଁ ବାଳ ବାଧା ସୃଷ୍ଟି କରିଥାଏ। ଲମ୍ବା ବାଳ ତାଙ୍କ ଆଖି ସାମନାରେ ଆସିବା ଦ୍ବାରା ତାଙ୍କ ଲକ୍ଷ୍ୟଚ୍ୟୁତ ହେବାର ଆଶଙ୍କା ଥାଏ।

୪-ଛୋଟ ବାଳ ଖୁବ୍ ଶୀଘ୍ର ଶୁଖି ଯାଇଥାଏ। ଯୁଦ୍ଧରେ ଅଧିକାଂଶ ସମୟ ସୈନିକଙ୍କୁ ନଦୀ ନାଳ ଅତିକ୍ରମ କରିବାକୁ ପଡ଼ିଥାଏ। ଯାହା ଦ୍ବାରା ଲମ୍ବା ବାଳ ହୋଇଥିବା ଯୋଗୁଁ ଥଣ୍ଡା ଜ୍ବର ହେବାର ଆଶଙ୍କା ଥାଏ। ଏଥିପାଇଁ ସୈନିକଙ୍କୁ ବାଳ ଛୋଟ କରିବାକୁ ପଡ଼ିଥାଏ।

Spread the love