ବ୍ୟାନ୍‌ ହେଲା PUBG MOBILE, କିନ୍ତୁ PUBG କାହିଁକି ନୁହେଁ?

ଶବ୍ଦ ଦୃଷ୍ଟିରୁ PUBG MOBILE ଓ PUBG ଗୋଟିଏ ଭଳି ଲାଗୁଛି। କିନ୍ତୁ ଭାରତରେ PUBG ବ୍ୟାନ୍‌ ହୋଇନି। ଏହାର ଗୋଟିଏ କାରଣ ହେଲେ PUBG MOBILE ଏହାର ନାଁ ଅନୁଯାୟୀ ମୋବାଇଲରେ ଉପଲବ୍ଧ, କିନ୍ତୁ PUBG ଏକ କମ୍ପ୍ୟୁଟର ଗେମ୍‌। ଏହାର ଅନ୍ୟ ଏକ କାରଣ ହେଲା ଏହା କେଉଁ ଦେଶରୁ ପରିଚାଳିତ। PUBG MOBILEର ପବ୍ଲିଶର ଚାଇନାର ଟେନସେଣ୍ଟ। ଏହାର ସର୍ଭର ମଧ୍ୟ ଚାଇନାରେ ଅଛି। କିନ୍ତୁ କମ୍ପ୍ୟୁଟର ପାଇଁ ଉପଲବ୍ଧ PUBGର ପବ୍ଲିଶର କୋରିଆନ୍‌। ଏହାର କମ୍ପାନୀ ନାମ PUBG କର୍ପ। ହୁଏତ ଏହି କାରଣ ପାଇଁ PUBG ଏବେ ମଧ୍ୟ କମ୍ପ୍ୟୁଟର ପାଇଁ ଉପଲବ୍ଧ ରହିଛି।ସୂଚନାଯୋଗ୍ୟ ଯେ ବ୍ୟାନ୍‌ ପଛର କାରଣ ସ୍ୱରୂପ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏହି ମୋବାଇଲ ଗେମ୍‌କୁ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ୬୯ଏ ଅଧୀନରେ ବ୍ୟାନ୍‌ କରାଯାଇଛି। ଏହାର କାରଣ ସ୍ୱରୂପ କୁହାଯାଇଛି, “ଏହି ଗେମ୍‌ ଏଭଳି କିଛି କାର୍ଯ୍ୟକଳାପରେ ଜଡ଼ିତ ଥିଲା ଯାହା ଭାରତର ସାର୍ବଭୌମତା, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଜନ ଶୃଙ୍ଖଳା ପ୍ରତି ହାନିକାରଣ ଥିଲା।।”

Spread the love