ୱାର୍କ ଫ୍ରମ୍ ହୋମ୍ ବେଳେ ସର୍ଟ ବ୍ରେକ୍ ଜରୁରୀ, ନିଶ୍ଚୟ କରନ୍ତୁ ଏହି କାମ

ଲକଡାଉନ ବେଳେ ଅଧିକାଂଶ କମ୍ପାନୀ ୱାର୍କ ଫ୍ରମ ହୋମ୍ ପଲିସି ଫଲୋ କରୁଛନ୍ତି। କରୋନାରୁ ମୁକ୍ତି ପାଇବାରେ ଏହା ବେଶ୍ ଫଳପ୍ରଦ ହେଉଛି। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ୱାର୍କ ଫ୍ରମ ହୋମ୍ ଅନେକ ଗୁଡ଼ିଏ ସମସ୍ୟା ବି ଆଣିଥାଏ। ଖାସ୍ କରି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁ ଶରୀର ଉପରେ କୁପ୍ରଭାବ ପଡ଼େ। ଏଥିସହ ମସ୍ତିଷ୍କ ବି ଥକି ପଡ଼େ। ଏଭଳି ସ୍ଥିତିରେ ୱାର୍କ ଫ୍ରମ ହୋମ୍ ବେଳେ କିଛି ସମୟ ବ୍ରେକ୍ ନେବା ଜରୁରୀ। ନିକଟରେ ଏକ ରିସର୍ଚ୍ଚରେ ଏହି ଖୁଲାସା ହୋଇଛି। ଏଥିରେ ଦୀର୍ଘ ସମୟ ଧରି କାମ କରିବା ବେଳେ Short Break ଉପରେ ବି ଗୁରୁତ୍ୱ ଦିଆଯାଇଛି। ଏହି ରିସର୍ଚ୍ଚରେ କୁହାଯାଇଛି ଯେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ କିଛି ସମୟ ବ୍ରେକ ନେବା ଉଚିତ।

ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ନ ବସି ମଝିରେ ମଝିରେ ଘର ଭିତରେ ହିଁ ଚଳପ୍ରଚଳ କରିବାକୁ କୁହାଯାଇଛି। ଏଥିସହ ହାଲକା ବ୍ୟାୟାମ କରିବାକୁ ବି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

Spread the love