ସ୍ତ୍ରୀକୁ ହତ୍ୟା କରି ମଶାଣି ନିକଟରେ ପୋତିଥିଲା ସ୍ୱାମୀ

ଖଲିକୋଟ, ୧୪/୧୨: ସ୍ତ୍ରୀକୁ ମାରି ମଶାଣି ନିକଟରେ ପୋତିଥିଲା ସ୍ୱାମୀ । ଦୁଇ ଦିନ ପରେ ମାଟି ଖୋଳି ଶବକୁ ଉଦ୍ଧାର କଲା ଛତ୍ରପୁର ପୁଲିସ । ଏପରି ଘଟଣା ଘଟିଛି ଛତ୍ରପୁର ଥାନା ମୁନିସିପେଣ୍ଠ ଗ୍ରାମରେ । ଗ୍ରାମର ଟି. ମୋହନ ରାଓ ନିଜ ସ୍ତ୍ରୀ ଟି. ଲଷ୍ମୀକୁ ୧୨ ତାରିଖରେ ମାରି ଋଷିକୁଲ୍ୟା ନଦୀ ତଟ ମଶାଣିରେ ପୋତିଥିଲା । ଘଟଣା ସ୍ଥଳରେ ଛତ୍ରପୁର ପୋଲିସ, ସାଣ୍ଟିଫିକ୍‌ ଟିମଙ୍କ ସହ ଛତ୍ରପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ଶବକୁ ଜବତ କରାଯାଇଛି । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ ରହିଥିବା ବେଳେ ହତ୍ୟାର କାରଣ ଅସଷ୍ଟ  ରହିଛି ।

Spread the love