ସ୍ତ୍ରୀକୁ ହତ୍ୟାକରି ପୋତିଦେବା ଘଟଣା

ଖଲ୍ଲିକୋଟ ୧୬/୧୨ : ଗଞ୍ଜାମ ଜିଲ୍ଲା ଖଲ୍ଲିଖୋଟରେ ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସ୍ୱାମୀ ଟି. ମୋହନ ରାଓକୁ ଗିରଫ କରିଛି ପୋଲିସ । ଛତ୍ରପୁର ଥାନା ଅନ୍ତର୍ଗତ ମୁନିସପେଣ୍ଠ ଗ୍ରାମରେ  ଟି. ଲକ୍ଷ୍ମୀଙ୍କୁ ମାରି ମାଟିରେ ପୋତିଦେଇଥିଲା ଅଭିଯୁକ୍ତ ସ୍ବାମୀ ଟି ମୋହନ ରାଓ । ହତ୍ୟାର ଦୁଇ ଦିନ ପରେ ଛତ୍ରପୁର ପୁଲିସ ମାଟି ଖୋଳି ଶବ ଜବତ କରିବା ସହିତ ସନ୍ଦେହରେ ସ୍ବାମୀକୁ ଅଟକ ରଖିଥିଲା । ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love