ସ୍ବାମୀକୁ ପ୍ରେମିକା ସହିତ ଧରିଲେ ପତ୍ନୀ, ଦେଖନ୍ତୁ ଭିଡିଓ …

ଆପଣ ‘ପତି, ପତ୍ନୀ ଔର ୱ’ ଫିଲ୍ମ ନିଶ୍ଚିତ ଦେଖିଥିବେ କିନ୍ତୁ ବାସ୍ତବିକ ଜୀବନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ପ୍ରେମିକା ସହିତ ହୋଟେଲରେ ଥିବା ବେଳେ ଧରିଛନ୍ତି। ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ମହିଳା ହୋଟେଲ ସାମ୍ନାରେ ଥିବା ପାର୍କିଂରେ ରହିଥିବା କାର ଆଡକୁ ଦୌଡୁଥିବା ନଜର ଆସିଛନ୍ତି।

ସେଠାରେ ପହଞ୍ଚି କାରରେ ଥିବା ଅନ୍ଯ ଜଣେ ମହିଳାକୁ ବାହାରକୁ ଟାଣି ପିଟିବା ଆରମ୍ଭ କରିଦେଇଛନ୍ତି। ସୂଚନା ମୁତାବକ, ମହାରାଷ୍ଟର ଔରଙ୍ଗାବାଦରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ କରି ତାଙ୍କ ପିଛା କରିଥିଲେ। ସେହି ମହିଳାଙ୍କ ସ୍ବାମୀ ପ୍ରେମିକା ସହିତ ହୋଟେଲକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀ ଜଣକ ସେଠାରେ ପହଞ୍ଚି ସ୍ବାମୀଙ୍କୁ ରାସଲୀଳାକୁ ପର୍ଦ୍ଦାଫାସ୍ କରିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି।

Spread the love