ବିଦୁରଙ୍କ ନୀତିରେ ପତ୍ନୀଙ୍କୁ କେବେ ବି ଏମାନଙ୍କ ଆଗରେ ଭୁଲରେ କରନ୍ତୁ ନାହିଁ ଅସମ୍ମାନ

ମହାଭାରତରେ ବିଦୁରଙ୍କୁ ଆପଣ ବେଶ ଭଲ ଭାବେ ଜାଣିଥିବେ। ବିଦୁର ହେଉଛନ୍ତି ମହାଭାରତର ସବୁଠାରୁ ଲୋକପ୍ରିୟ ଚରିତ୍ର। ତାଙ୍କ ବ୍ୟବହାର ଓ ଚିନ୍ତାଧାରା ପ୍ରତି ସମସ୍ତେ ଆକୃଷ୍ଟ ହୋଇଥାନ୍ତି। ମହାଭାରତରକୁ ନେଇ ବିଦୁରଙ୍କ ରାୟ ସମସ୍ତେ ଜାଣିବାକୁ ଚାହୁଁଥିଲେ। ଏହି ଯୁଦ୍ଧକୁ ସେ ବିନାଶକାରୀ ବୋଲି କହିଥିଲେ। ବିଦୁର ସବୁବେଳେ ସତ କହିବାକୁ ପସନ୍ଦ କରିଥାନ୍ତି। ସେ ଉଭୟ କୌରବ ଓ ପାଣ୍ଡବଙ୍କର ପ୍ରିୟ । ସେ ଦାସୀ ପୁତ୍ର ଥିଲେ ସେଥିପାଇଁ ତାଙ୍କୁ ରାଜା ହେବାର କୌଣସୀ ଅଧିକାର ନଥିଲ।। ତାଙ୍କର ଧର୍ମକୁ ନେଇ ରହିଥିବା ସମ୍ମାନକୁ ନେଇ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ତାଙ୍କୁ ପ୍ରଂଶସା କରୁଥିଲେ। ବିଦୁରଙ୍କୁ ଧର୍ମରାଜଙ୍କ ଅବତାର ବୋଲି ମନାଯାଏ। ତେବେ ଆପଣମାନେ ମଧ୍ୟ ବିଦୁରଙ୍କ ନୀତିକୁ ପାଳନ କରିବା ପୂର୍ବରୁ ଜାଣି ନିଅନ୍ତୁ ସେ ସଂପର୍କରେ।

ପତ୍ନୀଙ୍କୁ ସମ୍ମାନ ଦିଅନ୍ତୁ:

ସର୍ବଦା ନିଜ ଧର୍ମ ପତ୍ନୀଙ୍କର ସମ୍ମାନ କରନ୍ତୁ। ଅନ୍ୟମାନଙ୍କ ଅଗରେ ଆପଣଙ୍କ ପତ୍ନୀଙ୍କୁ ଅପମାନ କରିବା ଆଦୌ ଠିକ୍‌ ନୁହେଁ। ଯେଉଁ ବ୍ୟକ୍ତି ଏହି ଧର୍ମ ପାଳନ କରି ନିଜ ପତ୍ନୀଙ୍କୁ ସମ୍ମାନ ଦେଇଥାନ୍ତି ସେ ହିଁ ଶ୍ରେଷ୍ଠ ପୁରୁଷର ପରିଚୟ ପ୍ରଦାନ କରିଥାନ୍ତି। ଜ୍ଞାନୀଲୋକ ନିଜ ପତ୍ନୀଙ୍କ ସମ୍ମାନକୁ ନିଜ ସମ୍ମାନ ବୋଲି ଭାବିଥାନ୍ତି। ପତ୍ନୀ ଯଦି କୌଣସି ଭୁଲ କାମ କରେ ତାହେଲେ ତାଙ୍କୁ ବୁଝାଇଥାନ୍ତି। ତାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତି। ଭଲକାମ ପାଇଁ ପ୍ରୋତ୍ସାହନ ଦେଇଥାନ୍ତି। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବଢ଼ିଥାଏ।
ବିଦ୍ୱାନଙ୍କୁ ସମ୍ମାନ ଦିଅନ୍ତୁ:

ଯେଉଁ ଘରେ ବିଦ୍ୱାନଙ୍କୁ ସମ୍ମାନ ମିଳେ ସେହି ଘରେ ଶିକ୍ଷା, କଳାତ୍ମକତା ଏବଂ ପ୍ରତିଭାର ବାସ ରହିଥାଏ। ଘରେ ମା’ ଲକ୍ଷ୍ମୀଙ୍କର ଆଗମନ ହୁଏ। ତେଣୁ ଘରେ ଆସୁଥିବା ବିଦ୍ୱାନମାନଙ୍କର ଆଶିର୍ବାଦ ନେବା ଜରୁରୀ। ତାଙ୍କ ସାନିଧ୍ୟରେ ଘରେ ସମୃଦ୍ଧି ଆସିଥାଏ। ବିଚାରର ମୌଳିକତାରେ ବୃଦ୍ଧି ପ୍ରାପ୍ତ ହୁଏ।

ବିଦୁରଙ୍କ ଏହି ନୀତି ନିଜ ଜୀବନରେ ଉପଯୋଗ କରନ୍ତୁ । ଏହାକୁ ମାନି ଚଳିଲେ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସମଧାନ ଆପଣ କରିପାରିବେ। ଜୀବନରେ ସୁନ୍ଦରତା ବଢ଼ିଯିବ।

Spread the love