କିରଣଙ୍କ ସହ ଛାଡପତ୍ର ପରେ ତୃତୀୟ ଥର ବିବାହ କରିବେ କି ଆମୀର ଖାନ?

ଆମୀର ଖାନ ସବୁବେଳେ ନିଜ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଲୋକମାନେ ଆମୀରଙ୍କୁ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଅନେକ ପ୍ରଶ୍ନ କରିଥାନ୍ତି । ଆମୀର ଖାନ ୨ଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା । ରୀନା ଏବଂ ଆମୀର ୧୯୮୬ରେ ବିବାହ କରିଥିଲେ । ଏହି ବିବାହ ୧୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ରୀନା ଏବଂ ଆମୀରଙ୍କର ଦୁଇଟି ସନ୍ତାନ ଆୟରା ଏବଂ ଜୁନାଦ ମଧ୍ୟ ଅଛନ୍ତି । ରୀନାଙ୍କ ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । କିରଣ ଏବଂ ଆମୀରଙ୍କର ଏକ ପୁତ୍ର ଆଜାଦ ଅଛନ୍ତି ।

କିଛି ସମୟ ପୂର୍ବରୁ ଆମୀର ଏବଂ କିରଣ ମଧ୍ୟ ଅଲଗା ହୋଇଯାଇଛନ୍ତି । ତାଙ୍କ ଜୀବନରୁ ରୀନା ଏବଂ କିରଣ ଯିବା ପରେ ଏବେ ସମସ୍ତେ ପଚାରୁଛନ୍ତି ଯେ ସେ କ’ଣ ତୃତୀୟ ଥର ବିବାହ କରିବେ କି? ଆମିର ବର୍ତ୍ତମାନ ଏହି ପ୍ରଶ୍ନ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ସେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । କିରଣ ଏବଂ ଆମୀର ୨୦୨୧ ମସିହାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଛାଡପତ୍ର ଘୋଷଣା କରିଥିଲେ ।

ବର୍ତ୍ତମାନ, ଆମୀର ରିୟା ଚକ୍ରବର୍ତ୍ତୀଙ୍କ ପୋଡକାଷ୍ଟକୁ ଯାଇଥିଲେ ଯେଉଁଠାରେ ଅଭିନେତ୍ରୀ ତାଙ୍କୁ ପୁନର୍ବାର ବିବାହ ବିଷୟରେ ପଚାରିଥିଲେ । ଯେତେବେଳେ ରିୟା ଆମୀରଙ୍କୁ ତୃତୀୟ ଥର ବିବାହ କରିବା ବିଷୟରେ ପଚାରିଥିଲେ, ସେ କହିଥିଲେ – “ମୋର ବୟସ ୫୯ ବର୍ଷ । ମୁଁ ଭାବୁନାହିଁ ଯେ ମୁଁ ବର୍ତ୍ତମାନ ପୁନର୍ବାର ବିବାହ କରିବାକୁ ସମର୍ଥ ହେବି । ମୋ ଜୀବନରେ ବର୍ତ୍ତମାନ ଅନେକ ସମ୍ପର୍କ ଅଛି । ମୁଁ ମୋ ପରିବାର ସହିତ ରହୁଛି । ମୋର ସନ୍ତାନ, ଭାଇ ଓ ଭଉଣୀ ଅଛନ୍ତି ଏବଂ ସେମାନଙ୍କ ସହିତ ମୁଁ ବହୁତ ଖୁସି ଅଛି । ମୁଁ ଜଣେ ଭଲ ବ୍ୟକ୍ତି ହେବା ଦିଗରେ କାର୍ଯ୍ୟ କରୁଛି ।”

ସୂଚନାଯୋଗ୍ୟ ଆମୀର ଏହି ପୋଡକାଷ୍ଟରେ ତାଙ୍କ ଫିଲ୍ମ ଏବଂ ପର୍ସନାଲ ଲାଇଫ ବିଷୟରେ ଅନେକ ଖୁଲାସା କରିଛନ୍ତି । ଯାହା ବିଷୟରେ ତାଙ୍କ ଫ୍ୟାନ୍ସମାନେ କ୍ୱଚିତ୍ ଜାଣିଥିବେ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆମୀର ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ଲାଲ ସିଂ ଚଢ଼ାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ବର୍ତ୍ତମାନ ସେ ‘ସିତାରେ ଜମିନ ପର’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଡାଉନ୍ ସିଣ୍ଡ୍ରୋମ ଉପରେ ଆଧାରିତ । ଜେନେଲିଆ ଡି’ସୁଜା ଏହି ଫିଲ୍ମରେ ଆମୀରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Spread the love