ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଧାରଣାରେ ବସିଲେ ଓୟୁଏଟି ଛାତ୍ରଛାତ୍ରୀ

ଅନଲାଇନରେ ପରୀକ୍ଷା କରିବାକୁ ଦାବି କରି ଧାରଣାକୁ ଓହ୍ଲାଇଛନ୍ତି ଓୟୁଏଟିର ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଶ୍ରେଣୀ ଗୃହରେ ବସି ପରୀକ୍ଷା ଦେବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ବିରୋଧ କରୁଛନ୍ତି । ଓୟୁଏଟିର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ୫ ଶହରୁ ଅଧିକ ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜର ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଓୟୁଏଟି କେବେ ସାନିଟାଇଜ ହେବ, ଏଯାଏଁ ତ ହୋଇନି । ପିଲାମାନେ ତ ହସ୍ପିଟାଲରେ ଅଛନ୍ତି, ଆଉ ଯେତିକି ଅଛନ୍ତି ସେମାନେ ବି ହସ୍ପିଟାଲ ଯିବେ ନା କଣ ? କଣ ଚାହୁଁଛନ୍ତି ଆମେ ଏଠି ମରିଯାଉ ବୋଲି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରୁଛୁ।

Spread the love