ଗୋଟିଏ କଲରେ ମଦ ଆସି ଘରେ

ରାଜ୍ୟରେ ମଦ ଘରେ ପହଞ୍ଚେଇବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ମଦ ଦୋକାନ ଖୋଲିବା ପାଇଁ ଏକ ଅଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା । ଫଳରେ ଆସନ୍ତାକାଲିଠାରୁ ଫୋନ କଲେ ମଦ ହୋମ ଡେଲିଭେରୀ କରିବା ନେଇ ସ୍ଥିର ହୋଇଛି । ମଦ ହୋମ ଡେଲିଭେରୀ ପାଇଁ ସରକାର ୫୦% ଟିକସ ନେବେ। ଏବଂ ଗ୍ରାହକଙ୍କୁ ସର୍ଭିସ ଟ୍ୟାକ୍ସ ମଧ୍ୟ ଦେବାକୁ ହେବ ।

କିଛିଦିନ ତଳୁ ମଦ ଦୋକାନ ଖୋଲାଯିବାକୁ ନେଇ କୌଣସି ସଠିକ ନିଷ୍ପତ୍ତି ନିଆଯାଇ ପାରୁନଥିଲା । ଅନେକ ଲୋକ ଏହାକୁ ସମର୍ଥନ କରୁଥିବା ବେଳେ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଏହାର ବିରୋଧ କରିଥିଲେ । ଯାହାକି ରାଜ୍ୟ ସରକାରଙ୍କୁ ଦ୍ଵନ୍ଦରେ ପକାଉଥିଲା । ମାତ୍ର ଅଲୋଚନା ପରେ ମଦ ଦୋକାନ ନଖୋଲି ହୋମ ଡେଲିଭେରୀ କରିବା ସ୍ଥିର ହୋଇଯାଇଛି । ଏହି ନିଷ୍ପତ୍ତି ପରେ ଚାତକ ପରି ଚାହିଁ ରହିଥିବା ମଦ ଗ୍ରାହକଙ୍କୁ ଆସ୍ବସ୍ତି ମିଳିଛି । କାରଣ କିଛି ଦିନ ହେବ ମଦ ର ଗ୍ରାହକ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ କରୁଛନ୍ତି । ସେମାନଙ୍କ ମତ ଅନୁସାରେ, ” ସେମାନେ ଚୋରାରେ ମଦ ତିନିଗୁଣ ଦାମ ଦେଇ କିଣୁଛନ୍ତି । ଯଦି ସରକାର ଏହାକୁ ଦୁଇଗୁଣ ଦାମରେ ବିକ୍ରି କରନ୍ତି ତେବେ ଚୋର ମଦ କାରବାର କିଛି ପରିମାଣରେ ହ୍ରାସ ହୁଅନ୍ତା ଏବଂ ଗ୍ରାହକ ଅପମିଶ୍ରିତ ମଦରୁ ବର୍ତ୍ତି ଯାଆନ୍ତେ ” ।

ଅପରପକ୍ଷରେ ଲକ ଡାଉନ ପାଇଁ ଲଗାତାର ଭାବେ ରାଜସ୍ୱ ହରାଉଥିବା ରାଜ୍ୟ ସରକାରଙ୍କୁ କିଛି ପରିମାଣରେ ଆସ୍ବସ୍ତି ମିଳିବ । ଏହାସହ ଅପମିଶ୍ରିତ ମଦ ମୃତ୍ୟୁ ହେବା ସମ୍ଭାବନା ମଧ୍ୟ କମ ହୋଇଯିବ ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଥିଲେ । ଫଳରେ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ ଦେଇ ଅନ୍ୟ ଦୋକାନ ବଜାର ସବୁ ବନ୍ଦ ରହିଥିଲା । ମାତ୍ର ବର୍ତ୍ତମାନ ଲକ ଡାଉନ ନିୟମ କୋହଳ ହେବାପରେ ଧିରେ ଧିରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ମାତ୍ର ମଦ ଦୋକାନ ଖୋଲିବାକୁ ଅନୁମତି ମିଳି ପାରିନାହିଁ । ମଦ ଦୋକାନ କେବଳ ହୋମ ଡେଲିଭରି କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

Spread the love