ନିର୍ବାଚନ ବେଳେ ଲୁଚା ଛପାରେ ଚାଲିଥିଲା ମଦ କାରବାର, ସିଲ୍‌ ହେଲା ଦୋକାନ

ମାଲକାନଗିରି ୨୦/୦୨ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମଦ କାରବାରକୁ ବନ୍ଦ କରାଯାଇଥିଲା। ହେଲେ ମାନୁଛି ବା କିଏ ? ଲୁଚା ଛୁପାରେ ତ ସବୁ ଚାଲିଛି। ମଦ କାରବାର ଚାଲିଥିବାବେଳେ ସିଲ୍ ହୋଇଛି ଏକ ମଦ ଦୋକାନ।

ଅନେକ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବାର ଖବର ମିଳିଥିଲା। ପରେ ମାଲକାନଗିରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।

ଚଢ଼ାଉ ବେଳେ ମାଥିଲି ବ୍ଳକର ମେକା ଗ୍ରାମରୁ ବିପୁଳ ପରିମାଣର ବିଦେଶୀ  ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି । ଏବେ ବି ଚଢ଼ାଉ ଜାରି ରହିଛି । ଚଳିତ ନିର୍ବାଚନକୁ ଅବାଧ ଏବଂ ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ବିଭାଗ ତରଫରୁ ଚେଷ୍ଟା କରାଯାଉଛଥିବା କହିଛନ୍ତି ଅବକାରୀ  ଅଧିକାରୀ ।

Spread the love