ଅଭିନନ୍ଦନଙ୍କ କିଛି ବି ବିଗାଡି ପାରିବନି ପାକିସ୍ତାନ, କ’ଣ ରହିଛି ନିୟମ ଆସନ୍ତୁ ଜାଣିବା

ବାଲାକୋଟରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ 350 ଆତଙ୍କବାଦୀ ନିହତ ହେବାପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଫଳସ୍ବରୂପ ବୁଧବାର ସକାଳୁ ଏଫ-16 ପାକିସ୍ତାନୀ ଜେଟ ଭାରତ ସୀମା ଅତିକ୍ରମ କରିବାର ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡରେ ଏହା ଖସିପଡିଛି। ଅପରପକ୍ଷରେ ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଗୁଳି କରି ଖସାଇ ଦେବା ସହ ଜଣେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇଛି ବୋଲି ଏକ ଭିଡିଓ ରିଲିଜ କରି ଦାବି କରିଛି।

ଏହାପରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି, ଭାରତୀୟ ଜେଟ ବିମାନ ମିଗ୍‌-21ର ପତ୍ତା ଏଯାଏ ମିଳିପାରି ନାହିଁ। ଜଣେ ପାଇଲଟ୍‌ ନିଖୋଜ ଥିବାର ମଧ୍ୟ ସେ କହିଛନ୍ତି। ଏସବୁ ଭିତରେ ପାକିସ୍ତାନ ବନ୍ଦୀ ରଖିଥିବା ଭାରତୀୟ ପାଇଲଟଙ୍କ କିଛି ବିଗାଡି ପାରିବନି। କାରଣ ଅନ୍ତର୍ଜାତୀୟ ଜେନିଭା ସନ୍ଧିରେ ଯୁଦ୍ଧବନ୍ଦୀଙ୍କ ପାଇଁ ଅନେକ କିଛି ନିୟମ ରହିଛି।   କ’ଣ ରହିଛି ନିୟମ…

  • 1- କୌଣସି ଦେଶର ସୈନିକଙ୍କୁ ଯଦି ଧରାଯାଏ ତେବେ ତାଙ୍କଠାରେ ଜେନିଭା ସନ୍ଧି ଲାଗୁ ହୁଏ।
  • 2- ଏହି ସନ୍ଧି ଅନୁଯାୟୀ ଆହତ ଯୁଦ୍ଧବନ୍ଦୀଙ୍କ ଉପଯୁକ୍ତ ଯତ୍ନ  ନିଆଯାଏ।
  • 3-  ଯୁଦ୍ଧବନ୍ଦୀଙ୍କ ଖାଇବାପିଇବା ସହ ଆବଶ୍ୟକ ସବୁ ଜିନିଷ ଯୋଗାଇ ଦିଆଯାଏ। 
  • 4- ସନ୍ଧି ମୁତାବକ ଯୁଦ୍ଧବନ୍ଦୀଙ୍କ ସହ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଇ ପାରିବ ନାହିଁ।
  • 5- ଯୁଦ୍ଧବନ୍ଦୀଙ୍କୁ ଧମକ ଦିଆଯାଇପାରିବ ନାହିଁ।
  • 6- ଏହା ଯୁଦ୍ଧବନ୍ଦୀଙ୍କ ତାଙ୍କ ଜାତି, ଧର୍ମ ଓ ଜନ୍ମ ଆଦି ବିଷୟରେ ପଚରା ଯାଇପାରିବ ନାହିଁ
Spread the love