ବର ଖୋଜି ଆଣିଲେ ମିଳିବ ୪ଲକ୍ଷ ଟଙ୍କା, ବିଜ୍ଞାପନ ଦେଲେ ଯୁବତୀ

ବିବାହ କରିବାକୁ ବର ଖୋଜି ଆଣିବ ମିଳିବ ୪ଲକ୍ଷରୁ ଅଧିକ ଟଙ୍କା । ଏଭଳି ବିଜ୍ଞାପନ ଦେଇଛନ୍ତି ଲସ୍ ଆଞ୍ଜେଲ୍ସର ଜଣେ ଯୁବତୀ । ଦୀର୍ଘ ଦିନ ଏକାକୀ ଜୀବନ କାଟିବା ପରେ ଏବେ ବିବାହ କରିବାକୁ ମନ ବଳାଇଛନ୍ତି ହେଲେ ଉପଯୁକ୍ତ ବର ମିଳୁନଥିବାରୁ ଏଥିପାଇଁ ବିଜ୍ଞାପନ ଦେଇଛନ୍ତି ।ସୂଚନା ମୁତାବକ, ଲସ୍ ଆଞ୍ଜେଲ୍ସରେ ରୁହନ୍ତି ୩୫ ବର୍ଷୀୟା ଟିଲେ କୋଲସନ୍ । ସେଠାରେ ସେ କର୍ପୋରେଟ୍‌ ଲିଟିଗେସନ୍‌ ଆର୍ଟର୍ଣ୍ଣି ଭାବେ କାର୍ୟ୍ୟ କରନ୍ତି। ବିବାହ କରିବା ପାଇଁ ତାଙ୍କୁ ବର ପାତ୍ରଟିଏ ଖୋଜି ପାଇବାରେ ସାହାଯ୍ୟ କରିବାକୁ ନିବେଦନ କରି ସେ ‘ଟିକ୍‌ ଟକ୍‌’ରେ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଟିଲେ ସର୍ତ୍ତ ମଧ୍ୟ ରଖିଛନ୍ତି । ସେ ବିବାହ କରିବାକୁ ତ ଚାହାଁନ୍ତି । ହେଲେ ଉକ୍ତ ବ୍ୟକ୍ତିଙ୍କ ସହ ୨୦ ବର୍ଷରୁ ଅଧିକ ବର୍ଷ ରହିପାରିବେ ନାହିଁ । ଏହା ଭିତରେ ତାଙ୍କୁ ଛାଡପତ୍ର ଦେଇପାରନ୍ତି ।ଟିଲେ କୋଲସନ୍ ସୋସିଆଲ ମିିଡିଆରେ ସକ୍ରିୟ ରହୁଛନ୍ତି । ଟିକଟକରେ ଭିଡିଓ ପୋଷ୍ଟ କରନ୍ତି । ଏଥିରେ ତାଙ୍କର ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି ।

Spread the love