ଯେତେବେଳେ ସେମାନେ ଖୋଲାଖୋଲି ରୋମାନ୍ସ ବିଷୟରେ କଥା ହୋଇଥାନ୍ତି…

ବୟସ ଅନୁସାରେ ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଥରରେ ଅନେକ ପରିବର୍ତ୍ତନ ଆସିଥାଏ। ବିଶେଷ କରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ପରିବର୍ତ୍ତନ ହୋଇଥାଏ। ବୟସ ବଢ଼ିବା ସହ ମହିଳାଙ୍କ ପସନ୍ଦ, ଚିନ୍ତାଧାର, ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ।

ଏହା ସହିତ ବିଶେଷ କରି ରୋମାନ୍ସ ବିଷୟରେ ମହିଳାମାନେ ଖୋଲିକି କଥା ହେବାକୁ ପସନ୍ଦ କରି ନଥାନ୍ତି। ହେଲେ ମହିଳାଙ୍କ କ୍ଷେତ୍ରରେ ଏମିତି ଏକ ବୟସ ଅଛି, ଯେତେବେଳେ ସେମାନେ ଖୋଲାଖୋଲି ରୋମାନ୍ସ ବିଷୟରେ କଥା ହୋଇଥାନ୍ତି। କେବେ କଥା ହୁଅନ୍ତି ନାହିଁ ଆସନ୍ତୁ ଜାଣିବା କେଉଁ ବୟସରେ ମହିଳାମାନେ ଅଧିକ ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି।

ରୋମାଣ୍ଟିକ୍‌ ବୟସ: ଏକ ଗବେଷଣାରୁ ଜଣାପଡ଼ିଛି ମହିଳାମାନେ ସାଧାରଣତଃ ୩୦ ଓ ୩୫ ବର୍ଷ ବୟସରେ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରଥାନ୍ତି। ଏହି ସମୟରେ ସେମାନେ ଖୁବ୍‌ ରୋମାଣ୍ଟିକ୍‌ ହୋଇଥାଆନ୍ତି ଓ ଶାରୀରିକ ସୁଖ ଆଶା କରନ୍ତି।

ବିବାହ ବୟସ: ୨୭ ବର୍ଷ ହୋଇଯିବା ପରେ ଝିଅମାନେ ବିବାହ କରି ସେଟଲ ହୋଇଯିବାକୁ ଚିନ୍ତା କରିଥାନ୍ତି। ଏହି ବୟସରେ ଝିଅମାନେ ନିଜ ପାଇଁ ଏକ ଉପଯୁକ୍ତ ଜୀବନସାଥି ଖୋଜିବା ଆରମ୍ଭ କରିଦିଅନ୍ତି। ସର୍ଭେ ଅନୁସାରେ ଝିଅମାନଙ୍କ ବିବାହ ବୟସ ୨୫ରୁ ୩୦ ମଧ୍ୟରେ ହେବା ଭଲ। ଏହି ବୟସରେ ବିବାହ କରିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ସୌନ୍ଦର୍ଯ୍ୟ: ୨୫ ବର୍ଷ ବୟସରେ ଝିଅମାନେ ନିଜ ଉପରେ ଖୁବ୍‌ ଅଧିକ ଧ୍ୟାନ ଦେଇଥାନ୍ତି। ଏହି ସମୟରେ ସେମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ଅଧିକ ସଚେତନ ରହିଥାନ୍ତି। ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖାଯିବାକୁ ସେମାନେ ଚାହାଁନ୍ତି।

ଇମୋସନାଲ ବୟସ: ୨୫ରୁ ୩୫ ବର୍ଷରେ ମହିଳାମାନେ ଅଧିକ ଇମୋସନାଲ ରୁହନ୍ତି। ଏହି ବୟସରେ ସେମାନେ ନିଜ ଜୀବନର ଆଉ ଏକ ସୋପାନ ଆରମ୍ଭ କରିଥାନ୍ତି। ସେଥିପାଇଁ ଏହି ବୟସରେ ପ୍ରତ୍ୟେକ କଥାକୁ ନେଇ ସେମାନେ ଖୁବ୍‌ ଗମ୍ଭୀର ଓ ଇମୋସନାଲ ହୋଇଯାଆନ୍ତି।

Spread the love