ବିମାନରେ ମହିଳାଙ୍କୁ ଡାଇରିଆ, ବିମାନ ବାତିଲ
ମହିଳା ଯାତ୍ରୀଙ୍କ ଡାଇରିଆ ପାଇଁ ବାତିଲ ହୋଇଗଲା ବିମାନ । ଜଣେ ମହିଳା ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି । ହଠାତ୍ ମହିଳାଙ୍କ ଏଭଳି ସମସ୍ୟା ଉପୁଜିବାରୁ ଏୟାରଲାଇନ୍ସ ପକ୍ଷରୁ ବିମାନ ବାତିଲ କରିଦିଆଯାଇଛି ।
ଖବର ମୁତାବକ, ୟୁନାଇଟେଡ ଏୟାରଲାଇନ୍ସରେ ଜଣେ ମହିଳା ଉଡ଼ାଣ ଭରିବାକୁ ରହିଥିଲେ । ହେଲ ଯାତ୍ରୀଙ୍କୁ ବିମାନରେ ହଠାତ୍ ଡାଇରିଆ ଭଳି ସ୍ଥିତି ଉପୁଜିଥିଲା । ଫଳରେ ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସ ପକ୍ଷରୁ ଉଡ଼ାଣକୁ ବାତିଲ କରିଦିଆଯାଇଥିଲା । ଯାହା ବିଷୟରେ ମହିଳା ଜଣକ ଭିଡିଓ କରି ସେୟାର କରିଛନ୍ତି ।
ଭିଡିଓ କରିଥିବା ମହିଳା ଜଣକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । ଆଉ ଭିଡିଓରେ ଏହା ବିଷୟରେ କହିଛନ୍ତି ମହିଳା । ମହିଳାଙ୍କ କହିବା ଅନୁଯାୟୀ, ମୁଁ କୌଣସି ରାକ୍ଷସୀ ନୁହେଁ ଯେ ବହୁତ ସାରା ଖାଇବା ଖାଇନେବି । ମୁଁ କେବଳ ଜଣେ ନିୟମିତ ଯାତ୍ରୀ । ମୋତେ ହଠାତ୍ ଡାଇରିଆ ହୋଇଯାଇଥିଲା । ଏଥିପାଇଁ ୟୁନାଇଟେଡ ଏୟାରଲାଇନ୍ସ ଉଡ଼ାଣ ରଦ୍ଦ କରିଥିଲା । ଯୁବତୀ ଜଣକ ଭିଡିଓ ଜରିଆରେ କ୍ଷମା ମାଗିଛନ୍ତି । ଅନ୍ୟମାନଙ୍କ ଉଡ଼ାଣ ବାତିଲ ହେବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ।
ଯାତ୍ରୀ ଜଣକ ବିମାନରେ ବସିଥିବା ବେଳେ ତାଙ୍କୁ ଟଏଲେଟ ଲାଗିଥିଲା । ତେଣୁ ଯାତ୍ରୀ ଜଣକ ଟଏଲେଟରେ ଥିବା ଯୋଗୁଁ ବିମାନଟି ଉଡ଼ାଣ ଭରିବାରେ ଅସମର୍ଥ ହୋଇଥିଲା । ୨୦ ମିନିଟ ଯାଏଁ ଯାତ୍ରୀ ଜଣକ ଟଏଲେଟରେ ରହିଥିଲେ । କ୍ରୁ ସଦସ୍ୟ ତାଙ୍କୁ ସହାୟତା କରିବା ସତ୍ତ୍ବେ ମଧ୍ୟ ସେ ଟଏଲେଟରୁ ବାହାରିନଥିଲେ । ଟଏଲେଟରେ ବାନ୍ତି ଏବଂ ଝାଡ଼ା କରିଦେଇଥିଲେ । ଫଳରେ ବିମାନଟିକୁ ଶେଷରେ ବାତିଲ କରିବାକୁ ପଡିଥିଲା । ଆଉ ସଫା କରିବା ପାଇଁ ପାର୍କ କରିଦିଆଗଲା ।
