ବିଧାନସଭା ସମ୍ମୁଖରେ ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପୁଣି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ପେଟ୍ରୋଲ ଢାଳି ଆତ୍ମାହୁତି ଦେବା ବେଳେ କାବୁ କଲା ପୋଲିସ । ପୁଅର ହତ୍ୟା ମାମଲାକୁ ଚପାଇ ଦିଆଯାଉଥିବା ଅଭିଯୋଗ ଆଣି ମହିଳା ଜଣଙ୍କ ଏଭଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ଏହା ସତ୍ତ୍ବେ ବିଧାନସଭା ସମ୍ମୁଖରେ ଆତ୍ମହୁତୀ ଦେବାକୁ କିଭଳି ମହିଳା ଜଣଙ୍କ ଉଦ୍ୟମ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ବିଧାନସଭା ସମ୍ମୁଖରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କମିଶନରେଟ୍ ପୋଲିସକୁ ଆତ୍ମାହୁତି ଭୟ ଘାରିଛି । କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଚଳିତ ବିଧାନସଭା ସମୟରେ ବିଧାନସଭାକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଥିଲା । ଗତ ବିଧାନସଭା ସମୟରେ ଯଦୁପୁରର ନାବାଳିକାଙ୍କ ବାପା-ମା’ଙ୍କ ଆତ୍ମାହୁତି ଘଟଣାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆତ୍ମାହୁତି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

Spread the love