ପିଇବା ପାଣି ପାଇଁ ରାସ୍ତାରେ ମହିଳା, ସମାଧାନ ନହେବା ଯାଏଁ ରାସ୍ତାରୋକ ଚେତାବନୀ

ଟଗାଁ ୧୫।୧: ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଖୋଦପଶି ଗ୍ରାମର ମହିଳାମାନେ ପାନୀୟ ଜଳ ସମସ୍ୟା ପାଇଁ ନୁଦୁରୁପଡାଠାରୁ ଜଙ୍ଘିରା ରାସ୍ତାକୁ ଅବରୋଧ କରିଛନ୍ତି । କିଛି ଦିନ ହେବ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କୌଣସି ସମାଧାନ ନ ହେବାରୁ ଖୁଦପଶୀ ଗ୍ରାମର ସମସ୍ତ ମହିଳା ରାସ୍ତାରୋକ କରିଛନ୍ତି । ଯେପର୍ଯ୍ୟନ୍ତ ପାଣି ସମସ୍ୟା ଦୂର ନହୋଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ନାହାନ୍ତି ।

Spread the love