ଇନ୍ଦୋରର ମହିଳା ଭକ୍ତଙ୍କୁ ମିଳିଲା ସୁଯୋଗ, ମୁଗୁର ଧରି କଲେ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ

ପୁରୀ ୧୦।୬: ଜୁଲାଇ ୧ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବିଶ୍ଵକର୍ମା, ଭୋଇ, ରୂପକାର, କରତି ଓ କମାର ସେବକମାନେ ବେଶ ଉତ୍ସାହର ସହ ରଥ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ତେବେ ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଏହି ରଥ ନିର୍ମାଣ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ। ଏମିତି ଜଣେ ଭକ୍ତଙ୍କୁ ଆଜି ଏଭଳି ସୁଯୋଗ ମିଳିଛି। ଜଣେ ଇସ୍କନ ଭକ୍ତ ବଡ଼ଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଇନ୍ଦୋରରୁ ପୁରୀ ଆସିଥିବା ଏହି ଭକ୍ତ ଜଣଙ୍କ ହେଉଛନ୍ତି ଚନ୍ଦ୍ରମୁଖୀ ଦେବଦାସୀ । ଶୁକ୍ରବାର ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ଦେଖିଥିଲେ। ସେଠାରେ କାର୍ଯ୍ୟ କରୁଥିବା ମହାରଣାଙ୍କ ହାତରୁ ମୁଗୁର ଧରି ଚନ୍ଦ୍ରମୁଖୀ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ କରୁଥିଲେ। ଏହି କାର୍ଯ୍ୟ ସମୟରେ ସେ ବେଶ୍ ଭାବ ବିହ୍ବଳ ହୋଇ ଯାଇଥିଲେ।

Spread the love