ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ (ଟୁଟୁ ନାୟକ) ପୁଣି ବିବାଦ ଭିତରୁ ଆସିଛନ୍ତି। ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଶ୍ରୀ ନାୟକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ସାମ୍ବାଦିକା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ସାମ୍ବାଦିକାଙ୍କ ଅଭିଯୋଗ ଅନୁସାରେ ସେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ମତେ ଟୁଟୁ ନାୟକ କାହିଁକି ମାରିଲେ ମୁଁ ଜାଣିନି। ଝିଅ ହିସାବରେ ମତେ ମାଡ଼ ମାରିବା ତାଙ୍କର ଭୁଲ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିଲେ। ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରିଛନ୍ତି। ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟରେ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ କାହିଁକି ମାଡ଼ ମାରିଲେ, ତାହା ଜଣାପଡ଼ିନାହିଁ।

Spread the love