ମଦ୍ୟପାନ ଓ ତମ୍ଵାଖୁ ସେବନରେ ଏହି ରାଜ୍ୟର ମହିଳା ଆଗରେ

ନୂଆଦିଲ୍ଲୀ ୨୭।୦୩: ମଦ୍ୟପାନ ସ୍ଵାସ୍ଥ୍ୟ ପକ୍ଷେ ହାନୀକାରକ, ଏହା ସମସ୍ତେ ବେଶ୍ ଭଲ ଭାବେ ଜାଣିଛନ୍ତି। ମାତ୍ର ନିକଟରେ ଜାରି ଏକ ରିପୋର୍ଟରୁ ଖୁଲାସା ହୋଇଛି ଯେ, ମହିଳା ମଧ୍ୟ ମଦ ପିଇବା ମାମଲାରେ ପୁରୁଷଙ୍କଠୁ ଆଗରେ ଅଛନ୍ତି। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୫ ଅନୁଯାୟୀ, ଛତିଶଗଡର ମହିଳା ମଦ୍ୟପାନ ମାମଲାରେ ଦେଶରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ରାଜ୍ୟର ମହିଳା ମଦ ପିଆରେ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ମହିଳାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ସର୍ଭେ ଅନୁଯାୟୀ, ଛତିଶଗଡରେ ୧୭.୩ ପ୍ରତିଶତ ମହିଳା ତମ୍ବାଖୁ ସେବନ କରିଥାନ୍ତି। ଏହା ବ୍ୟତୀତ ଏଠାରେ ୫ ପ୍ରତିଶତ ମହିଳା ମଦପ୍ୟାନ କରିଥାନ୍ତି। ଉତ୍ତର ପ୍ରଦେଶରେ ୮.୪ ପ୍ରତିଶତ ମହିଳା ତମ୍ବାଖୁ ସେବନ ଏବଂ ପ୍ରାୟ ୦.୩ ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି। ଅନ୍ୟପଟେ ମଧ୍ୟ ପ୍ରଦେଶରେ କେବଳ ଏକ ପ୍ରତିଶତ ମହିଳା ମଦ ପିଇଥାନ୍ତି।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ୧୮.୮ ପ୍ରତିଶତ ମହିଳା ତମ୍ବାଖୁ ସେବନ କରିଥାନ୍ତି ଏବଂ ୫୨.୭ ପ୍ରତିଶତ ମହିଲା ମଦ ପିଇଥାନ୍ତି। ଝାଡଖଣ୍ଡରେ ୬.୧ ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଛତିଶଗଡରେ ୧୦୦ ଜଣଙ୍କ ମଧ୍ୟରୁ ୫ ମହିଳା ମଦ୍ୟପାନ ଏବଂ ୧୭ ତମ୍ବାଖୁ ସେବନ କରିଥାନ୍ତି।

Spread the love