କୋରାପୁଟର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଘଟିଛି ଦୁର୍ଘଟଣା

କୋରାପୁଟରେ ଦୁର୍ଘଟଣା । ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।କୋରାପୁଟ ପୌରପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ୨୬ ନଂ ଜାତୀୟ ପଥରେ ଘଟିଛି ଘଟଣା । ବାଇକରେ ଯାଉଥିବା ବେଳେ ରାସ୍ତାର ବାମ ପଟରୁ ବୋଲେରୋ ଗାଡିଟି ବାଇକକୁ ଧକ୍କା ଦେଇଥିଲା ।ଫଳରେ ଗାଡି ସହ ରାସ୍ତାରେ ପଡିଯାଇଥିଲେ ନିମାଇ ସରକାର । ଏହି ସମୟରେ କାଠ ବୋଝେଇ ଟ୍ରକଟି ତାଙ୍କ ବାଇକ ସହ ଗୋଡ ଉପରେ ଚଡିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଧାର କରି ଆମ୍ବୁଲାନସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ନିମାଇ ସରକାରଙ୍କ ଡାହାଣ ଗୋଡର ହାଡ ଭାଙ୍ଗି ଯାଇଥିବା ସହ ମୁଣ୍ଡ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି । ଡାକ୍ତର ଦଳ ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ  କହିଛନ୍ତି। କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ବହୁ ସଂଖ୍ଯାରେ ଗାଡିଚଳା ଚଳ କରୁଥୁବାରୁ ଅଧିକାଂଶ ସମୟ ପ୍ରବଳ ଟ୍ରାଫିକ ଭିଡ ରହୁଛି ।ସାମାନ୍ଯ ଅସବଧାନତା ରହିଲେ ଏଭଳି ଦୁର୍ଘଟଣା ଘଟୁଛି ।

Spread the love