ବିଶ୍ୱ ବ୍ୟାଙ୍କର ବଡ ଦାବି: କରୋନା ପାଇଁ ସ୍କୁଲ ବନ୍ଦ ରଖିବାର କୌଣସି ଯଥାର୍ଥତା ନାହିଁ

ନୂଆଦିଲ୍ଲୀ ୧୬/୦୧ : କରୋନା ମାମଲାରେ ବୃଦ୍ଧି ଏବଂ ଦେଶରେ ସ୍କୁଲ ବନ୍ଦ ଉପରେ ବିଶ୍ୱ ବ୍ୟାଙ୍କ ବଡ଼ ଦାବି କରିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, କରୋନା ସଂକ୍ରମଣର ସ୍କୁଲ ଖୋଲିବା କିମ୍ୱା ବନ୍ଦ ରଖିବା ସହ କୌଣସି ସମ୍ପର୍କ ନାହିଁ । ବିଶ୍ୱ ବ୍ୟାଙ୍କର ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି, କୋଭିଡ-୧୯କୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାର କୌଣସି ଯଥାର୍ଥତା ନାହିଁ। ସେ କହିଛନ୍ତି, ସ୍କୁଲ ଖୋଲିବା ପରେ କରୋନା ମାମଲାରେ ବୃଦ୍ଧି ଘଟିଥିବାର କୌଣସି ପ୍ରମାଣ ନାହିଁ।

ବିଶ୍ୱ ବ୍ୟାଙ୍କର ବୈଶ୍ୱିକ ଶିକ୍ଷା ନିର୍ଦ୍ଦେଶକ ଜେମେ ସାବେନ୍ଦ୍ରା କହିଛନ୍ତି, ମହାମାରୀକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାର କୌଣସି ଯଥାର୍ଥତା ନାହିଁ । ଯଦି କରୋନାର ଅନ୍ୟ କୌଣସି ଲହର ଆସେ ତେବେ ସ୍କୁଲ ବନ୍ଦ କରିବା ସବୁଠାରୁ ଶେଷ ଉପାୟ ହେବା ଦରକାର । ସାବେନ୍ଦ୍ରାଙ୍କ ଟିମ ଶିକ୍ଷା କ୍ଷେତ୍ର ଉପରେ କରୋନାର ପ୍ରଭାବ ଉପରେ ନଜର ରଖିଛି

ସାବେନ୍ଦ୍ରା କହିଛନ୍ତି, ରେସ୍ତୋରାଁ, ବାର୍ ଏବଂ ସପିଂ ମଲ ଖୋଲା ରଖିବା ଏବଂ ସ୍କୁଲ ବନ୍ଦ ରଖିବାର କୌଣସି ଅର୍ଥ ନାହିଁ । ବିଶ୍ୱ ବ୍ୟାଙ୍କର ବିଭିନ୍ନ ଅଧ୍ୟୟନ ଅନୁସାରେ, ଯଦି ବିଦ୍ୟାଳୟଗୁଡ଼ିକ ଖୋଲାଯାଏ ତେବେ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିପଦ କମ୍ ଏବଂ ବନ୍ଦ ରଖିବାର ମୂଲ୍ୟ ବହୁ ଅଧିକ । ୨୦୨୦ ମସିହାରେ ଆମେ ଅଜ୍ଞାନତା ପୂର୍ବକ ନିଷ୍ପତ୍ତି ନେଉଥିଲୁ । ମହାମାରୀକୁ ମୁକାବିଲା କରିବାର ସବୁଠାରୁ ଭଲ ଉପାୟ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାନାହିଁ । ୨୦୨୦ ଏବଂ ୨୦୨୧ରେ କରୋନାର ଅନେକ ଲହର ଆସିସାରିଛି, ଏପରି ସମୟରେ ବି ଅନେକ ଦେଶରେ ସ୍କୁଲ ଖୋଲା ରହିଥିଲା । ନୂଆ ତଥ୍ୟରୁ ଜଣାପଡୁଛି, ସ୍କୁଲ ଖୋଲିବା ସହ ଭୂତାଣୁର ପ୍ରାସର ଏବଂ ଭୟାବହତାର କୌଣସି ସମ୍ପର୍କ ନାହିଁ । ସ୍କୁଲ ବନ୍ଦ ଥିବା ସ୍ଥାନରେ ମଧ୍ୟ ମହାମାରୀ ବ୍ୟାପିଛି । ଏଥିରୁ ପ୍ରମାଣିତ ହେଉଛି ସଂକ୍ରମଣ ବୃଦ୍ଧି ପଛରେ ସ୍କୁଲ ଖୋଲିବାର କୌଣସି ଭୂମିକା ନାହିଁ ।

ଭାରତରେ ସ୍କୁଲ ବନ୍ଦର ପ୍ରଭାବ ଉପରେ ସାବେନ୍ଦ୍ର କୁହନ୍ତି, ପୂର୍ବ ତୁଳନାରେ ପ୍ରଭାବ ଅଧିକ, ପାଠପଢାରେ କ୍ଷତି ବହୁ ଅଧିକ ରହିବା ଆଶଂକା କରାଯାଉଛି।

Spread the love