ଦିନିକିଆ ବିଶ୍ୱକପ୍: ବିସିସିଆଇ ଚଳାଇଛି ଜୋରଦାର ପ୍ରସ୍ତୁତି । ୧୦ ଷ୍ଟାଡିୟମରେ ଖର୍ଚ୍ଚ ହେବ ୫୦୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଏଥିପାଇଁ ଖେଳସୂଚୀ ମଧ୍ୟ ଜାରି କରିଦିଆଯାଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଥିବାବେଳେ, ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

ତେବେ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଆଇସିସି ଇଭେଣ୍ଟ ୪୬ ଦିନ ଧରି ଚାଲିବାକୁ ଥିବାବେଳେ, ଏହା ଭିତରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତର ୧୦ଟି ଭେନ୍ୟୁରେ ଖେଳାଯିବା ନେଇ ଖେଳସୂଚୀ ସ୍ଥିର କରାଯାଇଛି । ତେବେ ଭାରତର ଏହି ୧୦ଟି ଷ୍ଟାଡିୟମକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବାକୁ ବିସିସିଆଇ ଖର୍ଚ୍ଚ କରିବ ୫୦୦ ଶହ କୋଟି । ଅର୍ଥାତ ପ୍ରତି ଷ୍ଟାଡିୟମ ପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।ଦିନିକିଆ ବିଶ୍ୱକପ୍ ହାଇଦ୍ରାବାଦ ସହିତ ଅହମ୍ମଦାବାଦ, ଧର୍ମଶାଳା, ଚେନ୍ନାଇ, ଦିଲ୍ଲୀ, ଲକ୍ଷ୍ନୌ, ପୁଣେ, ବାଙ୍ଗାଲୋର, ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ । ଏହାସହିତ ଗୌହାଟୀ ଏବଂ ଥିରୁଅନନ୍ତପୁରମରେ କିଛି ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳାଯିବ ।

Spread the love