‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ନେଦର୍‌ଲାଣ୍ଡ୍‌ସ୍‌

ଲକ୍ଷ୍ନୌ: ଆଜି ଲକ୍ଷ୍ନୌର ‘ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ୍‌ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ନେଦର୍‌ଲାଣ୍ଡ୍‌ସ୍‌ ଟିମ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ୍‌ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୧.୫ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ନେଦର୍‌ଲାଣ୍ଡ୍‌ସ୍‌ ୮ ରନ୍‌ ସଂଗ୍ରହ କରିଛି। ନେଦର୍‌ଲାଣ୍ଡ୍‌ସ୍‌ ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଆସିଥିଲେ ୱିସ୍‌ଲି ବେରିସି ଓ ମ୍ୟାକ୍ସ ଓଡାୱଡ୍‌। ମୁଜିବ୍‌ଙ୍କ ୫ମ ବଲ୍‌ରେ ବେରିସି ‘ଏଲ୍‌ବିଡବ୍ଲୁ’ ହୋଇଛନ୍ତି। ଏବେ ତାଙ୍କ ସ୍ଥାନରେ ଖେଳୁଛନ୍ତି କଲିନ୍‌ ଆକର୍‌ମାନ୍‌। ଆଫଗାନିସ୍ତାନ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ମୁଜିବ୍‌ ଉର୍‌ ରହମନ୍‌ ଓ ଫଜଲହକ୍‌ ଫାରୁକି। ‘ଟସ୍‌’ ଜିଣିବା ପରେ ନେଦର୍‌ଲାଣ୍ଡ୍‌ସ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ପ୍ରଥମେ ବ୍ୟାଟିଙ୍ଗ୍‌ କରିବାଦ୍ବାରା ଆମେ ସଫଳ ହେଉଛୁ। ଭଲ ରନ୍‌ କରିବୁ ବୋଲି ଆଶା। ଆଫଗାନିସ୍ତାନର ଅଧିନାୟକ ହସ୍‌ମତୁଲ୍ଲା ଶାହିଦି କହିଛନ୍ତି, ଆମେ ବି ପ୍ରଥମେ ବ୍ୟାଟିଙ୍ଗ୍‌ କରି ଥାଆନ୍ତୁ। ‘ଟସ୍‌’ରେ କିଛି ଯାଏ ଆସେ ନାହିଁ। ଖେଳ ଉପରେ ଆମର ଧ୍ୟାନ ରହିଛି।

ଆଜି ନେଦର୍‌ଲାଣ୍ଡ୍‌ସ୍‌ ଏକାଦଶରେ ଖେଳୁଛନ୍ତି, ୱିସ୍‌ଲି ବେରିସି, ମ୍ୟାକ୍ସ ଓଡାୱଡ୍‌, କଲିନ୍‌ ଆକର୍‌ମାନ୍‌, ସାଇବ୍ରାଣ୍ଡ୍‌ ଇଞ୍ଜେଲ୍‌ବ୍ରିଚ୍‌, ସ୍କଟ୍‌ ଏଡ୍‌ୱାର୍ଡସ୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ବାସ୍‌ ଡି ଲିଡି, ସକିବ୍‌ ଜୁଲ୍‌ଫିକର୍‌, ଳଗାନ୍‌ ଭାନ୍‌ ବିକ୍‌, ରୋଲଫ୍‌ ଭାନ୍‌ ଡର୍‌ ମିର୍‌ୱି, ଆର୍ଯ୍ୟାନ୍‌ ଦତ୍ତ ଓ ପଲ୍‌ ଭାନ୍‌ ମିକିରେନ୍‌। ସେହିପରି ଆଫଗାନିସ୍ତାନ ଏକାଦଶରେ ଖେଳୁଛନ୍ତି, ରହମନୁଲ୍ଲା ଗୁର୍‌ବାଜ୍‌, ଇବ୍ରାହିମ୍‌ ଜର୍ଦାନ୍‌, ରହମତ୍‌ ଶାହ, ହସ୍‌ମତୁଲ୍ଲା ଶାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକ୍ରାମ୍‌ ଅଲିଖିଲ୍‌ (ୱିକେଟ୍‌ରକ୍ଷକ), ମହମ୍ମଦ ନବି, ରଶିଦ ଖାଁ, ମୁଜିବ୍‌ ଉର୍‌ ରହମନ୍‌, ଫଜଲହକ୍‌ ଫାରୁକି ଓ ନୂର୍‌ ଅହମଦ୍‌।

Spread the love