କ୍ରିକେଟ ବିଶ୍ବକପ୍‌ ୨୦୨୩: ଭାରତ-ଇଂଲଣ୍ଡ୍‌ ମ୍ୟାଚ୍‌ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ

ଲକ୍ଷ୍ନୌ: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଲକ୍ଷ୍ନୌସ୍ଥିତ ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା’ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳା ଯିବାକୁ ଥିବା ଭାରତ-ଇଂଲଣ୍ଡ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖି ପାରନ୍ତି ବୋଲି ‘ଟାଇମସ୍‌ ନାଓଁ’ ରିପୋର୍ଟ କରିଛି। ଅକ୍ଟୋବର ୨୯ ତାରିଖ ଦିନ ଏହି ମ୍ୟାଚ୍‌ ଖେଳାଯିବା ପାଇଁ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଓ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ନିମନ୍ତେ ଚଳିତ ମାସ ଶେଷ ଆଡ଼କୁ ସୁନକ ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଛନ୍ତି। ସେଥିପାଇଁ ଅକ୍ଟୋବର ୨୮ ତାରିଖ ଦିନ ଋଷି ସୁନକ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Spread the love