ବିଶ୍ୱକପ ଫାଇନାଲ ଫାଇଟ୍ : ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା

ଭୁବନେଶ୍ୱର : ବିଶ୍ୱକପ୍‌ ୨୦୨୩ । ଅହମ୍ମଦାବାଦ୍‌ରେ ହେବ ଫାଇନାଲ୍‌ ମୁକାବିଲା । ଆଉ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ତେବେ ଫାଇନାଲ୍‌ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା। କ୍ରିକେଟ ବିଶ୍ବକପ ଫାଇନାଲ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳ ବିଜୟଧାରା ବଜାୟ ରଖୁ। ତୃତୀୟ ଥର ପାଇଁ ଭାରତ ବିଶ୍ବ କପ୍ ହାସଲ କରୁ ବୋଲି ଶୁଭକାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ବିଶ୍ବକପ ଗ୍ରାଣ୍ଡ ଫିନାଲେ ପାଇଁ ବଢୁଛି ହାର୍ଟବିଟ୍। ଆଉ ୩ ଘଣ୍ଟାର ଅପେକ୍ଷା। ଉତ୍ସାହ, ଉତ୍କଣ୍ଠା ଏବେ ଚରମ ସୀମାରେ । ଦିନ ୧: ୩୦ରେ ପଡ଼ିବ ଟସ୍ । ଆଉ ଦିନ ୨ଟାରେ ଆରମ୍ଭ ହୋଇଯିବ ସୁପର ସନଡେରେ ସୁପର ଫାଇଟ । ବିଶ୍ବକପ ଟାଇଟଲ୍ ପାଇଁ ଲଢ଼ିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ହେବ ହାଇଭୋଲଟେଜ ଫାଇନାଲ୍ ଫାଇଟ୍ । ୨୦ ବର୍ଷ ପରେ ବଦଲା ନେବ ଭାରତ । ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବ ମେନ୍ ଇନ୍ ବ୍ଲୁ । ୨୦୦୩ ୱାର୍ଲଡ କପ୍ ପରାଜୟର କଡ଼ା ଗଣ୍ଡା ହିସାବ ୨୦୨୩ରେ ହେବ । ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ରୋହିତ ବାହିନୀ ।

Spread the love