ସମ୍‌ରେ ବିଶ୍ୱ ନିମୋନିଆ ଦିବସ ପାଳିତ

ଭୁବନେଶ୍ୱର, ୧୨/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି । ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା ।

ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲ୍‌ରେ ଭର୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା । ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା ।

Spread the love