ବିଶ୍ୱର ଦାମୀ ଦେଶ, ଜାଣନ୍ତୁ କଣ ପାଇଁ ହେଲା ଦାମୀ

ବିଶ୍ୱରେ ଅନେକ ଧନୀ ଦେଶ ରହିଛି । ପ୍ରତ୍ୟେକ ଦେଶ ନିଜର ସ୍ୱତନ୍ତ୍ରତା ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛି । କିନ୍ତୁ ଏହି ଦେଶ ମାନଙ୍କ ମଧ୍ୟରୁ କେଉଁ ଦେଶ ସବୁଠାରୁ ଦାମୀ ତାହା ଆପଣ ଜାଣିଛନ୍ତି କି ? ଯଦି ବିଶ୍ୱର ଦାମୀ ଦେଶ ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ବିଶ୍ୱର ଦାମୀ ଦେଶ ବିଷୟରେ । ନିକଟରେ ଓ୍ଵାର୍ଲ୍ଡ ଅଫ ଷ୍ଟାଟିଟିକ୍ସର ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ବିଶ୍ୱର ସବୁଠାରୁ ଦାମୀ ଦେଶମାନଙ୍କ ବିଷୟରେ କୁହାଯାଇଛି। ଅନେକ ଲୋକଙ୍କୁ ଲାଗୁଥିବ ଯେ ଦୁନିଆର ସବୁଠାରୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ହୋଇଥିବ। ଯଦି ଆପଣମାନେ ଏପରି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ କାରଣ ରିପୋର୍ଟ ଅନୁଯାୟୀ, ବରମୁଡା ଦୁନିଆର ସବୁଠାରୁ ଦାମୀ ଦେଶ । ତେବେ ଆସନ୍ତୁ ପ୍ରକାଶ ପାଇଥିବା ରିପୋର୍ଟ ବିଷୟରେ ଅଧିକ ଜାଣିବା ଏବଂ ଏହି ରିପୋର୍ଟରେ ଅନ୍ୟ କେଉଁ ଦେଶ ସାମିଲ ଅଛି ତାହା ମଧ୍ୟ ଜାଣିବା ।

ବରମୁଡା ଏବଂ ସ୍ୱିଜରଲ୍ୟାଣ୍ଡ ଦୁନିଆର ସବୁଠାରୁ ମହଙ୍ଗା ଦେଶ ମଧ୍ୟରେ ରହିଛନ୍ତି, ଓ୍ଵାର୍ଲ୍ଡ ଅଫ ଷ୍ଟାଟିଟିକ୍ସର ଏକ ରିପୋର୍ଟରେ ଏହା ଦାବି କରାଯାଇଛି । ୧୪୦ ଦେଶର ଏହି ରିପୋର୍ଟ ଅନୁଯାୟୀ ବରମୁଡାରେ ରହିବା ଖର୍ଚ୍ଚ ବହୁତ ଅଧିକ ଥାଏ । ରିପୋର୍ଟରେ କୁହାଯାଇଛି ଯେ ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ, ବ୍ରିଟେନ, ଜାପାନ ଏବଂ ଋଷ ତୁଳନାରେ ଆମେରିକାରେ ରହିବା ବହୁତ ଶସ୍ତା ହୋଇଥାଏ ।

ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ହେଉଛି ବରମୁଡା । ଏହାର ସୌନ୍ଦର୍ଯ୍ୟ ଏବଂ ସାମୁଦ୍ରିକ ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଏଠାରେ କୌଣସି ଚାଷ କରାଯାଏ ନାହିଁ ଏବଂ ସମସ୍ତ ଜରୁରୀ ଜିନିଷ ଅନ୍ୟ ଦେଶରୁ ଆମଦାନୀ ହୋଇଥାଏ । ଅଧିକାଂଶ ସାମଗ୍ରୀ ଆମେରିକାରୁ ଆମଦାନୀ ହୋଇଥାଏ, ଯାହାର ପରିବହନ ଖର୍ଚ୍ଚ, କଷ୍ଟମ୍ ଡ୍ୟୁଟି ଏବଂ ମଜୁରୀ ମୂଲ୍ୟ ସମସ୍ତ ଜିନିଷର ଦାମକୁ ବଢ଼ାଇଥାଏ । ତେଣୁ ଏହି ଦେଶ ଦୁନିଆର ସବୁଠାରୁ ମହଙ୍ଗା ଦେଶ ଭାବେ ଜଣାଯାଇଛି ।

ରିପୋର୍ଟ ଅନୁଯାୟୀ ବରମୁଡା, ସ୍ୱିଜରଲ୍ୟାଣ୍ଡ, କେମେନ ଆଇଲ୍ୟାଣ୍ଡ , ବହାମାସ, ଆଇସଲ୍ୟାଣ୍ଡ, ସିଙ୍ଗାପୁର, ବାରବାଡୋସ୍, ନରୱେ, ଡେନମାର୍କ ଏବଂ ଅଷ୍ଟ୍ରେଲିଆ ବିଶ୍ୱର ୧୦ଟି ମହଙ୍ଗା ଦେଶ। ପାକିସ୍ତାନ ଦୁନିଆର ସବୁଠାରୁ ଶସ୍ତା ଦେଶ ହୋଇଥିବାବେଳେ ଭାରତ ୧୩୮ତମ ସ୍ଥାନରେ ରହିଛି। ଏହି ଲିଷ୍ଟ ପ୍ରତିବର୍ଷ ବଦଳିଥାଏ ଏବଂ ଏହି ରିପୋର୍ଟ ଅନୁଯାୟୀ ପାକିସ୍ତାନ ୧୪୦ତମ ସ୍ଥାନରେ ରହିଛି।

ବରମୁଡା ଭଳି ଦାମୀ ଦେଶରେ ରହୁଥିବା ଲୋକଙ୍କୁ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ ମୂଲ୍ୟ ଦେବାକୁ ପଡିଥାଏ । ଏହା ବ୍ୟତୀତ ଏଠାରେ ରହିବା, ଖାଦ୍ୟ, ବୀମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ, ଅନ୍ୟ ଦେଶ ତୁଳନାରେ ଅଧିକ ହୋଇଥାଏ । ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିବା ଏବଂ ସପିଂ କରିବା ମଧ୍ୟ ମହଙ୍ଗା ହୋଇଥାଏ କାରଣ ଏହି ଜିନିଷ ଗୁଡ଼ିକ ଉପରେ ଲାଭ ସହିତ ସେଲ୍ସ ଟ୍ୟାକ୍ସ ଲଗାଯାଇଥାଏ । ବରମୁଡାରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ବାର୍ ମଧ୍ୟ ବହୁତ ମହଙ୍ଗା ହୋଇଥାଏ । ଏଠାରେ ଥିବା ଏକ ହୋଟେଲରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୨୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ । ତେବେ ବରମୁଡାରେ ରହୁଥିବା ଲୋକମାନେ ଅନ୍ୟ ଦେଶ ତୁଳନାରେ ଅଧିକ ଦରମା ପାଇଥାନ୍ତି ।

Spread the love