ବିଶ୍ବକପ ଇତିହାସରେ ପାକିସ୍ତାନର ସବୁଠାରୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ: ଶନିବାର ଇଂଲାଣ୍ଡଠାରୁ ପରାଜୟ ବରଣ କରିବା ସହ ପାକିସ୍ତାନର ବିଶ୍ବକପ ଅଭିଯାନ ଶେଷ ହୋଇଯାଇଛି । ଚଳିତ ବିଶ୍ବକପରେ ୯ଟି ମ୍ୟାଚ ଖେଳି ୫ଟିରେ ପରାଜୟ ବରଣ କରିଛି ପାକିସ୍ତାନ । ଏହାକୁ ବିଶ୍ବକପ ଇତିହାସରେ ପାକିସ୍ତାନର ସବୁଠାରୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି । ବିଶ୍ୱକପର ୪୮ ବର୍ଷର ଇତିହାସ ବିଷୟରେ କହିବାକୁ ଗଲେ ପ୍ରଥମ ଥର ପାଇଁ ପାକିସ୍ତାନ ଗୋଟିଏ ସିଜନରେ ୫ଟି ମ୍ୟାଚ୍ ହାରିଛି। ଏଭଳି ସ୍ଥିତିରେ ଅଧିନାୟକ ବାବର ଆଜମ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୧୯୮୩ ଓ ୧୯୯୯ରେ ପାକିସ୍ତାନ ସର୍ବାଧିକ ୪-୪ ମ୍ୟାଚ୍ ହାରିଥିଲା।

ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ହିଁ ପାକିସ୍ତାନର ଦଳକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏସୀୟା କପ ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବାରୁ ପାକିସ୍ତାନ ମଧ୍ୟ ବିଶ୍ବକପ ବର୍ଜନ ପାଇଁ ଧମକ ଦେଇଥିଲା । ପରେ ଆଇସିସି ଓ ବିସିସିଆଇର ଉଦ୍ୟମ ଫଳରେ ପାକିସ୍ତାନ ଟିମ ଭାରତ ଆସିବାକୁ ରାଜି ହୋଇଥିଲା । ପୁଣି ବିଶ୍ବକପ ପାଇଁ ବିଳମ୍ବରେ ଭିସା ମିଳିବାକୁ ନେଇ ବି ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଥିଲା ।

ତେବେ ବିଶ୍ବକପରେ ଭାରତ ଠାରୁ ହାରିବାକୁ ନେଇ ପାକିସ୍ତାନ ଯେତିକି ଆଘାତ ପାଇନଥିଲା, ଆଫଗାନିସ୍ତାନଠାରୁ ହାରିବା ଦଳକୁ ସବୁଠାରୁ ବଡ଼ ଆଘାତ ଦେଇଥିଲା ।

 

Spread the love