WPL ଚାମ୍ପିଅନ ହେଲା ଆରସିବି, ମିଳିଲା ଟ୍ରଫି ସହିତ ୬ କୋଟି ଟଙ୍କା

ଓ୍ଵିମେନ ପ୍ରିମିୟର ଲିଗ୍(WPL)ର ଫାଇନାଲରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରୋମାଞ୍ଚକର ଫାଇନାଲରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି । ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି । ଟ୍ରଫି ଜିତିବା ପରେ ଆରସିବି ଉପରେ ଟଙ୍କା ବର୍ଷା ହୋଇଛି । ଆରସିବିକୁ ୬ କୋଟି ଟଙ୍କା ମିଳିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସଙ୍କୁ ୩ କୋଟି ଟଙ୍କା ମିଳିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ବିଶାଳ ୨୦୩ ରନ କରିଥିଲା । ଜବାବରେ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଓ୍ଵଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି । ଏହା ପୂର୍ବରୁ ଆରସିବି ୨୦୨୪ରେ ଚାମ୍ପିଅନ ହୋଇଥିଲା ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ଦଳ ୪ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା । ୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବି ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ଏଥିସହ ଦଳ ଦ୍ଵିତୀୟ ଥର ଡବ୍ଲ୍ୟୁପିଏଲ ଟାଇଟଲ୍ ଜିତିଛି । ଅନ୍ୟପଟେ ଦିଲ୍ଲୀ କ୍ରମାଗତ ଚତୁର୍ଥ ଥର ସବୁ ସଂସ୍କରଣରେ ଫାଇନାଲରେ ପହଞ୍ଚି ବି ପୁଣି ଥରେ ନିରାଶ ହୋଇଛି ।

Spread the love