ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର

ରାଜଧାନୀରେ ମୁମ୍ବାଇର ମାହୋଲ । ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର । ଡଟ ଫେଷ୍ଟର ଅଷ୍ଟମ ଦିନରେ ଧୁମ ମଚାଇଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଏବଂ ଅଲକା ୟାଗ୍ନୀକ । ୯୦ ଦଶକ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତ ପରିବେଷଣ ସମୟରେ ଲୋକେ କିଛି ସମୟ ପାଇଁ ସେହି ପୁରୁଣା କାଳକୁ ଫେରିଯାଇଥିବା ଭଳି ମନେ ହେଉଥିଲା । ସନ୍ଧ୍ୟା ଆରମ୍ଭକୁ ଷ୍ଟେଜକୁ ଆସିଥିଲେ ଓଡ଼ିଶା କଣ୍ଠଶିଳ୍ପୀ ସତ୍ୟଜିତ୍ ଜେନା ।

ପରେ ଗୋଟିଏ ପରେ ଗୋଟିଏ କଳାକାଳଙ୍କ ଗୀତ ଓ ନୃତ୍ୟରେ ଝୁମିଥିଲେ ଲୋକେ । ବଲିଉଡ ଗୀତ ସାଙ୍ଗକୁ ଓଡ଼ିଆ ଗୀତ ଗାଇ ଦଶକଙ୍କ ହୃଦୟ ଜିତିଥିଲେ ଉଦିତ୍ ନାରାୟଣ । ପ୍ରଥମ ପ୍ରେମର ପ୍ରଥର ଚିଠି, ଆକାଶେ କି ରଙ୍ଗ ଲାଗିଲା ଆଦି ରୋମାଣ୍ଟିକ୍ ଓଡ଼ିଆ ଗୀତ ଗାଇଥିଲେ ଉଦିତ୍ । ସେହିପରି କୁଛ କୁଛ ହୋତା ହେ ଗୀତ ଗାଇ ଏଣ୍ଟ୍ରି କରିଥିଲେ ଅଲକା । ପରେ ଅଲକାଙ୍କ ଜବରଦସ୍ତ ଗୀତରେ ନାଚିଥିଲେ ଲୋକେ । ଟିପି ଟିପି ବର୍ଷା ପାଣି ଭଳି ରୋମାଣ୍ଟିକ୍ ଗୀତ ଗାଇଥିଲେ ଅଲକା ଆଉ ଷ୍ଟେଜ ତଳେ ଗୀତର ତାଳେ ତାଳ ଲୋକେ ଡାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।

 

Spread the love