ବିଳମ୍ବିତ ରାତିରେ ମୟୂରଭଞ୍ଜ ଅତିକ୍ରମ କରିବ ‘ୟାସ୍’

ଭୁବନେଶ୍ୱର ୨୬।୦୫: ଏବେ ବି ମୟୂରଭଞ୍ଜର ବାରିପଦାରେ ବାତ୍ୟା ୟାସ୍‌ର ପ୍ରଭାବ ଜାରି ରହିଛି। ବର୍ତ୍ତମାନ ଏହା ବାରିପଦାର ଉତ୍ତର ଦିଗରେ ରହିଥିବା ବେଳେ ଉତ୍ତରପଶ୍ଚିମ ଦେଇ ଗତି କରୁଛି। ତେବେ ବର୍ତ୍ତମାନ ଏହା ଭୀଷଣ ବତ୍ୟାର ରୂପରେ ଥିବା ବେଳେ ଖୁବ୍‌ କମ୍ ସମୟରେ ଏହା ବାତ୍ୟାରେ ପରିଣତ ହେବ। ପବନର ବେଗ କମି ୫୦ରୁ ୬୦ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

କହିଛନ୍ତି ଯେ ଆଜି ସକାଳ ପାଖାପାଖି ୯ଟା ବେଳେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିଥିଲା। ଆଜି ବିଳମ୍ବିତ ରାତି କିମ୍ବା କାଲି ଭୋରରୁ ବାତ୍ୟା ୟାସ୍ ମୟୂରଭଞ୍ଜ ଅତିକ୍ରମ କରି ଝାଡଖଣ୍ଡରେ ପ୍ରବେଶ କରିବ। ଏହା ପ୍ରଭାବରେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତାକାଲି ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ବର୍ଷା ହେବ।

ବାତ୍ୟାକୁ ଆଖିରେ ରଖି ମୟୂରଭଞ୍ଜରେ ଏକ ଲକ୍ଷରୁ ଅଧିକ ଉଦ୍ଧାର କରାଯାଇଛି। ଏହାକୁ ମିଶାଇର ମୋଟ ସାଢ଼େ ୬ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି ବାତ୍ୟାରେ କିଛି ଜାଗାରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି।  ସାମୁଦ୍ରିକ ଜୁଆର ଯୋଗୁଁ ଭଦ୍ରକ ଓ ବାଲେଶ୍ୱର କିଛି ଗାଁରେ ସମୁଦ୍ର ପାଣି ପଶିଛି। ସେହି ଅଞ୍ଚଳରେ ଇଲେକ୍ଟ୍ରିକ୍ ଖୁଣ୍ଟ ପାଣି ଭିତରେ ଅଛି କିଛି ସୋଇବା ଅବସ୍ଥାରେ ଅଛି।

Spread the love