ଘରେ ପରିବାର ସହ ଯୋଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୁନ ୨୧ ତାରିଖରେ ସାରା ଦୁନିଆରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଏ । ୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମଥର ପାଇଁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥିଲା । ପ୍ରଥମଥର ପାଇଁ ଯୋଗ ଦିବସ ଡିଜିଟାଲ ଉପାୟରେ ପାଳନ କରାଯାଉଛି । କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଯୋଗ ଦିବସ ଭରଚୁଆଲ ସ୍ପେସ ଭାବେ ପାଳନ କରାଯାଉଛି ।
ଚଳିତବର୍ଷ ଯୋଗ ଦିବସର ଥିମ ହେଲା, ‘ ଘରେ ଯୋଗ ଏବଂ ପରିବାର ସହ ଯୋଗ’ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଘରେ ରହି ଯୋଗ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, କରୋନା ସଙ୍କଟ ଯୋଗୁଁ ସାମୁହିକ କାର୍ଯ୍ୟକ୍ରମରୁ ଦୁରେଇ ନିଜ ନିଜ ଘରେ ନିଜ ପରିବାର ସହ ସମସ୍ତେ ଯୋଗ କରୁଛନ୍ତି । ପରିବାରର ସମସ୍ତେ ଏକଜୁଟ ହେଲେ ଏକ ଉର୍ଜାର ସଂଯୋଗ ହୋଇଥାଏ । ଏହା ଫ୍ୟାମିଲି ବଣ୍ଡିଙ୍ଗକୁ ମଧ୍ୟ ଦୃଢ କରିଥାଏ ବୋଲି କହିଛନ୍ତି ମୋଦି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦିବସ ଅବସରରେ ନିଜ ଘରେ ଯୋଗ କରିଛନ୍ତି | ସେ ପରିବାର ସହ ନିଜ ଘରେ ଯୋଗ କରିଛନ୍ତି |

Spread the love