ସଙ୍ଗରୋଧରେ ରହିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର କିଛି ଅଧିକାରୀମାନେ କରୋନାଭାଇରସ୍‌ ପାଇଁ ପଜିଟିଭ୍‌ ପରୀକ୍ଷା କରିବା ପରେ ଯୋଗୀ ଆଦିତ୍ୟନାଥ ଅଲଗା ହୋଇଯାଇ ଆଜି ସନ୍ଧ୍ୟାରୁ ସଙ୍ଗରୋଧରେ ରହିଛନ୍ତି।

ଏନେଇ ନିଜ ଟୁଇଟର ହାଣ୍ଡେଲରେ ଉଲ୍ଲେଖ କରିବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ ମୋ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାଭାଇରସ୍‌ ପାଇଁ ପଜିଟିଭ୍‌ ପରୀକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗ କରୁଥିଲେ। ତେଣୁ, ସତର୍କତା ମୂଳକ ପଦକ୍ଷେପ ଭାବରେ ମୁଁ ନିଜକୁ ଅଲଗା କରି କାର୍ଯ୍ୟ ଆରମ୍ଭ କରିଛି ବୋଲି ସେ ଟୁଇଟ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଜଳିତ ମାସ ପ୍ରାରମ୍ଭରେ ନେଇଥିଲେ।

Spread the love